July 1, 2025
Home » ଅଦ୍ଵିକା ଯୋଜନାରେ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅଦ୍ଵିକା ଯୋଜନାରେ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-01-31 at 2.22.32 PM

ନବରଙ୍ଗପୁର କିଶୋରୀ ସଶକ୍ତି କରଣ ଓ ବାଲ୍ୟବିବାହ ନିରାକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଅଦ୍ଵିକା ଯୋଜନା ଅଧୀନରେ ଆଜି ନନ୍ଦାହାଣ୍ଡି ବ୍ଲକର ସମ୍ମନିତ୍ଵ ଶିଶୁବିକାଶ ବିଭାଗ କାର୍ଯ୍ୟଳୟ ପକ୍ଷରୁ ବ୍ଲକସ୍ତରୀୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଶୋର ଓ କିଶୋରୀ ମାନଙ୍କର ଅର୍ନ୍ତନିହିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ହୋଇଥିବା କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାପାଳ ଡଃ ମହାପାତ୍ର ନିଜର ବକ୍ତବ୍ୟରେ ସମସ୍ତ କିଶୋରୀ ମାନେ ପ୍ରତିଭାସମ୍ପର୍ନ୍ନ ଓ ପ୍ରତିକୂଳ ପରିବେଶ ମଧ୍ୟରେ ମଧ୍ୟ ଦେଶରେ କିଶୋରୀମାନେ ନିଜର ପ୍ରତିଭା ପାଇଁ ଆଜି ସମାଜରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।


ଯାହା ଆଇନଗତ, ସ୍ୱାସ୍ଥ୍ୟଗତ ଓ ସାମାଜିକ ସ୍ତରରେ ଗ୍ରହଣୀୟ ନୁହଁ ତାହାକୁ ନକରିବା ପାଇଁ ଉପସ୍ଥିତ କିଶୋରୀ ମାନଙ୍କୁ ପ୍ରରାମର୍ଶ ଦେଇଥିଲେ । କିଶୋରୀମାନେ ନିଜର ପ୍ରତିଭା ଦ୍ଵାରା ଆର୍ଥିକ କ୍ଷେତ୍ରରେ ସ୍ଵବାଲମ୍ବନଶୀଳ ହୋଇ ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ଆଣିବା ପାଇଁ କିଶୋରୀ ମାନଙ୍କୁ ଆହ୍ଵାନ ଦେଇଥିଲେ । ଅଦ୍ଵିକା ବୈଠକରେ ଯେଉଁ ସବୁ ବିଷୟ ଆଲୋଚନା ହେଉଛି ତାହାକୁ ବାସ୍ତବ ଜୀବନରେ ପାଳନ କରିବା ପାଇଁ କିଶୋରୀ ମାନଙ୍କୁ ପ୍ରରାମର୍ଶ ଦେଇଥିଲେ ।


ଆକ୍ସନଏଡର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦୀ କହଁର ନିଜର ବକ୍ତବ୍ୟରେ କିଶୋରୀ ସଶକ୍ତି କରଣ ଓ ବାଲ୍ୟବିବାହ ନିରାକରଣ ଉପରେ ଅଦ୍ୱିକା ବୈଠକର ଗୁରୁତ୍ଵ ବିଷୟରେ ଆଲୋକପାତ କରିଥିବା ବେଳେ ନନ୍ଦାହାଣ୍ଡି ବ୍ଲକ ର ସମ୍ମନିତ୍ଵ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଉଦେଶ୍ୟ ଜ୍ଞାମ୍ପନ କରିଥିଲେ । କାର୍ଯ୍ୟକ୍ରମରେ ୧୧ ରୁ ୧୯ ବର୍ଷ ବୟସର ୩୦୦ କିଶୋର କିଶୋରୀ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ପ୍ରବନ୍ଧ,ବକୃତା ପ୍ରତିଯୋଗୀତା, ଏକକ ଅଭିନୟ ,ସଙ୍ଗୀତ ଓ ନୃତ୍ୟ ପ୍ରତି ଯୋଗୀତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ବିଚାରକ ଭାବରେ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଉତ୍ତମା ହରିଜନ , ସୁପରଭାଇଜର ମନିକା ସରକାର ,ଶାନ୍ତିଲତା ଭୂମିଆଁ, ସଂଗୀତା ଦାସ , ନିକିସା ନାୟକ , ମମତା ସଂଯୋଜିକା ସୁପ୍ରଭା ତ୍ରିପାଠୀ , ପ୍ରଭଞ୍ଜନ ତ୍ରିପାଠୀ,ପୋଷଣ ସଂଯୋଜକ ଚରଣସିଂ ବିଶି, ୱାନଷ୍ଟପ କିଶୋରୀ ପଟ୍ଟନାୟକ , ଶୋଭା ଅନୁଷ୍ଠାନ ର ଭୂମୀ ସତନାମୀ ପ୍ରମୁଖ କୃତି ପ୍ରତିଯୋଗୀ ମାନଙ୍କୁ ଚୟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ, ପିରାମଲ ଫାଉଣ୍ଡେସନ ସଂଯୋଜକ ବିକ୍ରମ ରଣା, ମିସନ ଶକ୍ତି ହବରୁ ସରିତା ପାଣି, ପ୍ରୀତି ବାଗ,ରବୀନ୍ଦ୍ର ମିଶ୍ର ,ହୀମାନ ଗୌଡ,ପ୍ରଶାନ୍ତ ନାଗ, ସୁମିତ ରାଜମିଶନ ଗ୍ରାହମ , ସୁସୁମିତା ପାତ୍ର ପ୍ରମୁଖ ଉପସ୍ଥିତ ରହି କିଶୋର କିଶୋରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *