ଅବନିକାନ୍ତ ସାହୁଙ୍କ ନୟାଗଡ ଜିଲ୍ଲା ଗସ୍ତ, କ୍ଷେତ୍ର ଭ୍ରମଣ ଓ ସମୀକ୍ଷା
।
ନୟାଗଡ : ନୟାଗଡ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ, ଅବନିକାନ୍ତ ସାହୁଙ୍କ ନୟାଗଡ ଜିଲ୍ଲା ଗସ୍ତ ସମୟରେ ପ୍ରଥମେ ଫେୟାର ପ୍ରାଇସ ଶପ ସେଣ୍ଟର – “ମାଁ ଗାୟତ୍ରୀ ସ୍ଵୟଂ ସହାୟକ ଗୋଷ୍ଠୀ” କେନ୍ଦ୍ରକୁ ୨୫ ତାରିଖ ସକାଳ ୧୦ ଘଟିକା ସମୟରେ ପରିଦର୍ଶନ କରିଥିଲେ I ଏହା ପରେ ସକାଳ ଘ.୧୦.୩୦ମି. ସମୟରେ ଜିଲା ସଦର ମହକୁମାରେ ଥିବା ଜିଲ୍ଲା ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ I ସକାଳ ୧୧ଘଟିକା ସମୟରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡରେ ଚାଲୁଥିବା ବାଳିକା ଛାତ୍ରବାସ ପରିଦର୍ଶନ କରିଥିଲେ I ଏହାପରେ ସକାଳ ଘ.୧୧.୩୦ମି. ସମୟରେ ବାଉଁଶିଆପଡାରେ ଚାଲୁଥିବା ଟି. ଏଚ.ଆର. ୟୁନିଟ / ନ୍ୟୁଟ୍ରି ଗାର୍ଡେନ ପରିଦର୍ଶନ କରିଥିଲେ I ତତ୍ ପରେ ଘ.୧୨.୩୦ମି. ସମୟରେ ସିନ୍ଦୁରିଆସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିଦର୍ଶନ କରି ମାଧ୍ୟାନ୍ନ ଭୋଜନ ଯାଞ୍ଚ କରିଥିଲେ I ଏହା ପରେ ଦିବା ଅପରାହ୍ନ ୧ ଘଣ୍ଟା ସମୟରେ ନିଉ ଟାଉନ ପ୍ରାଥମିକ ବିଦ୍ୟାଳୟ ନୟାଗଡ଼ ପରିଦର୍ଶନ କରିଥିଲେ I ପରିଦର୍ଶନ ସମୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ତାଙ୍କ ସହିତ ଉପସ୍ଥିତ ଥିଲେ I

ଏହା ପରେ ଅପରାହ୍ନ ଘ.୩.୩୦ମି. ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ମଧୁମିତା ରଥଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଓଡିଶା ରାଜ୍ୟ ଖାଉଟି ଆୟୋଗ ଓ ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମIଦ୍ଦାର ଯୋଗ ଦେଇଥିଲେ I ବୈଠକର ପ୍ରାରମ୍ଭରେ ସମସ୍ତ ଅଧିକାରୀମାନଙ୍କର ପରିଚୟ ନେବା ପରେ ସମୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ପ୍ରଥମେ ଯୋଗାଣ ଅଧିକାରୀଙ୍କୁ ରାସନ କାର୍ଡ ଉପରେ ବିଷଦ ଆଲୋଚନା କରିଥିଲେ ଏବଂ ବୃଦ୍ଧ ଲୋକମାନଙ୍କର ରାସନ କାର୍ଡକୁ ଘରେ ଘରେ ପହଂଚାଇବା ପାଇଁ ପରାମର୍ଶ ଦେଇଥିଲେ I ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ସ୍କୁଲରେ ଡାଇନିଂ ହଲର ବ୍ୟବସ୍ଥା ଓ ଚାଉଳ ଯୋଗାଣ ଉପରେ ଆଲୋଚନା କରିଥିଲେ I ଜିଲ୍ଲା ମଙ୍ଗଳ ଅଧିକାରୀ ଜିଲ୍ଲା ରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ମାନଙ୍କରେ ଥିବା ହଷ୍ଟେଲ ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା ଏବଂ ଯେଉଁ ସ୍କୁଲରେ ହଷ୍ଟେଲର ସୁବିଧା ନାହିଁ , ସେ ସବୁ ସ୍ଥାନରେ ହଷ୍ଟେଲ ନିର୍ମାଣ ଉପରେ ଆଲୋଚନା କରିଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଛତୁଆର ମାନ ଏବଂ ପିଲାମାନଙ୍କର ଓଜନ ମାପିବା ପାଇଁ ଓଜନ ମେସିନ ଉପରେ ଆଲୋଚନା କରିଥିଲେ I ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜିଲ୍ଲାରେ ଟ୍ରାଇ ସାଇକେଲ ଗଛିତ ନଥିବା କଥା ପ୍ରକାଶ କରିଥିଲେ I ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପୁଷ୍ପା ନୀଳିମା ଲାକ୍ରା, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ପାତ୍ର , ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ , ଜିଲ୍ଲା ଯୋଗାଣ ଅଧିକାରୀ ସି .ଏଚ୍ ମୁରଲୀକ୍ରିଷ୍ଣା ରାଓ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
