December 26, 2024
Home » ଅନାସ୍ଥା ଭୋଟରେ ହାରିଲେ ଜୁନାଗଡ଼ ନଗରପାଳ। କାଉନସିଲରଙ୍କ ଆଗରେ ହାର ମାନିଲା ଲୋକଙ୍କ ଜନମତ…ନିର୍ବାଚନ ସମୟକୁ ନେଇ ଭାଜପା,ବିଜେଡି କର୍ମୀ ମୁହାଁମୁହିଁ।

ଅନାସ୍ଥା ଭୋଟରେ ହାରିଲେ ଜୁନାଗଡ଼ ନଗରପାଳ। କାଉନସିଲରଙ୍କ ଆଗରେ ହାର ମାନିଲା ଲୋକଙ୍କ ଜନମତ…ନିର୍ବାଚନ ସମୟକୁ ନେଇ ଭାଜପା,ବିଜେଡି କର୍ମୀ ମୁହାଁମୁହିଁ।

0

 

କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସିରେ ମଙ୍ଗଳବାର ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ବିପକ୍ଷରେ ବିଜେଡିର ୧୦ କାଉନସିଲର ଭୋଟ୍‌ ଦେଇଥିଲେ ବୋଲି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ ପ୍ରକାଶ କରିଛନ୍ତି। ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ଅନାସ୍ଥା ଭୋଟ ଗ୍ରହଣ କରାଯାଇନଥିବା ଅଭିଯୋଗ ଆଣି ଭାଜପାର ୨ କାଉନସିଲର ଅସନ୍ତୋଷ ହୋଇ କକ୍ଷ ତ୍ୟାଗ କରିଥିଲେ। ଏପରିକି ଏହି ଘଟଣାକୁ ନେଇ ଭାଜପା ଓ ବିଜେଡି କର୍ମୀ ଏନଏସି ଅଫିସ ସମ୍ମୁଖରେ ପାଟିତୁଣ୍ଡ କରିବା ସହ ମୁହାଁମୁହିଁ ହୋଇଥିଲେ। ପରେ ପୋଲିସ ପ୍ରଶାସନ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱଭାଭିକ ହୋଇଥିଲା। ନିର୍ବାଚନର ପରିଚାଳନା ଦାୟିତ୍ବ ଜିଲାପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ଦିଲ୍ଲୀପ ମହାରଣା ତୁଲାଇଥିବାବେଳେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ତହସିଲଦାର ସୁର୍ମି ସୋରେନ,ଇଓ ପ୍ରମୋଦ ଖିଲୋ ପ୍ରମୁଖ ଉପସ୍ଥିତ ଥିଲେ।ଅନାସ୍ଥା ଭୋଟ ଗ୍ରହଣରେ ବିଜେଡିର ୧୦ ଜଣ କାଉନସିଲର ସାମିଲ ହୋଇ ଭୋଟଦେଇଥିବା ଜିଲାପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ମହାରଣା ପ୍ରକାଶ କରିଥିଲେ।ସେହିପରି ରାସ୍ତାରୋକ ଯୋଗୁ ଅନ୍ୟ ରାସ୍ତାରେ ବୁଲିକି ଆସିବା ଯୋଗୁ ଭୋଟ ଗ୍ରହଣ ପ୍ରକିୟା ବିଳମ୍ବ ହେଲା ବୋଲି ସେ କହିଥିଲେ।

 


ଅନ୍ୟପଟେ,ଅନାସ୍ଥା ପ୍ରସ୍ତାବରେ ଭାଜପା ନଗରପାଳ ହାରିବା ପରେ ବିଜେଡି କାଉନସିଲରମାନେ ବାଣ ଫୁଟାଇ ସ୍ଥାନୀୟ ଏନଏସି ଆଗରେ ଖୁସି ଜାହିର କରିଛନ୍ତି। ପ୍ରକାଶ ଯେ,୧୨ଟି ୱାର୍ଡ ବିଶିଷ୍ଟ ଜୁନାଗଡ଼ ଏନଏସିରେ ବିଜେଡିର ୧୦ ଜଣ କାଉନସିଲର ରହିଛନ୍ତି । ଭାଜପାର ମୁକେଶ ଅଗ୍ରୱାଲ ଏଠାରେ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ । ନଗରପାଳ ଅଗ୍ରୱାଲଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ଗତ ଜୁଲାଇ ୧୬ ତାରିଖରେ ଜିଲାପାଳଙ୍କୁ ଭେଟି ନଗରପାଳ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ବିଜେଡି କାଉନସିଲର । ପ୍ରଥମେ ଅଗଷ୍ଟ ୧ ତାରିଖରେ ଅନାସ୍ଥା ଭୋଟ କରିବାକୁ ଜିଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଉକ୍ତ ଦିନ ୧୧ଟା ବେଳେ ସବୁ ପ୍ରସ୍ତୁତି ହୋଇଥିବାବେଳେ ନିର୍ବାଚନ ଅଧିକାରୀ ଦାୟିତ୍ବରେ ଥିବା ଅତିରିକ୍ତ ଜିଲାପାଳ ତ୍ରିଲୋଚନ ପାତ୍ର ସ୍ୱାସ୍ଥ୍ୟବସ୍ଥା ଖରାପ କାରଣରୁ ଏନଏସିକୁ ଆସି ପାରିନଥିଲେ।। ପରେ ଅଗଷ୍ଟ ୯ ତାରିଖରେ ଅନାସ୍ଥା ଭୋଟ ହେବାକୁ ଧାର୍ଯ୍ଯ ହୋଇଥିଲେ ମଧ୍ଯ ଉକ୍ତ ଦିନ ମଧ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ବ ତୁଲାଉ ଥିବା ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ କଳାହାଣ୍ଡି ଜିଲାପାଳ ଦାୟିତ୍ବରେ ଥିବାରୁ ଜୁନାଗଡ଼ ଏନଏସିକୁ ଆସିନଥିଲେ। ୨ ଥର ଅନାସ୍ଥା ଭୋଟ ବାତିଲ କୁ ନେଇ ମାନ୍ୟବର ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମାମଲାର ବିଚାର କରି ମଙ୍ଗଳବାର ୨୭ ତାରିଖରେ ଅନାସ୍ଥା ଭୋଟ କରିବାକୁ ହାଇକୋର୍ଟ ଜିଲାପାଳକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବିଜେଡି କାଉନସିଲରମାନେ ମଧ୍ୟ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ। ଯାହାଫଳରେ ମଙ୍ଗଳବାର ଅନାସ୍ଥା ଭୋଟ ଗ୍ରହଣ ହୋଇଥିଲା। ଅନ୍ୟପଟେ,ସିଧାସଳଖ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ନଗରପାଳ ମୁକେଶ ଅଗ୍ରୱାଲ ଶେଷରେ ୧୦ ଜଣ କାଉନସିଲରଙ୍କ ଦ୍ୱାରା ଅନାସ୍ଥା ଭୋଟରେ ହାରି ନିଜ ପଦ ହରାଇଛନ୍ତି। ଲୋକଙ୍କ ଜନମତ ନେଇ ଅଧ୍ୟକ୍ଷ ଜିତି ଥିବା ବେଳେ କାଉନସିଲରଙ୍କ ଆଗରେ
ହାରିମାନିଥିବା ଘଟଣା ସର୍ଵସାଧାରଣ ରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ ୧୨ ତାରିଖ ଭବାନୀପାଟଣା ପୌରଧ୍ୟକ୍ଷା ସଂଯୁକ୍ତା ବେହେରା ମଧ୍ୟ ନିଜ ବିଜେଡି ଦଳର ସମସ୍ତ କାଉନସିଲରଙ୍କ ଦ୍ଵାରା ଅନାସ୍ଥା ଭୋଟରେ ହାରି ନିଜ ପଦ ହରାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *