ଅନ୍ତର୍ଜାତୀୟ ମହିଳା ଦିବସ
ସ୍ନେହୀସମାଜ ତରଫରୁ ସ୍ନେହୀ ସଦନ, କଳ୍ପନା ଫ୍ଲାଟ ଏରିଆ ଠାରେ ଅନୁଷ୍ଠିତ ହୋଇଥିଲା. ସ୍ନେହୀ ସମାଜର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନ୍ଦନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଲବ୍ଧ ପ୍ରତିଷ୍ଠିତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ଃ ସ୍ୱପ୍ନିତା ହୋତା, ହାଇଟେକ ମେଡିକାଲ କଲେଜ ଓ sun shine ହସ୍ପିଟାଲର ଡ଼ଃ ଗୁରୁଦତ୍ତ ମହାରଣା, ହୃଦରୋଗ ବିଶେଷଜ୍ଞ ତାଙ୍କର ଭାଷଣରେ ସ୍ତ୍ରୀ ଲୋକମାନଙ୍କର ବିଭିନ୍ନ ରୋଗ ଓ ତାହାର ପ୍ରତିକାର ପାଇଁ କି କି ପଦକ୍ଷେପ ନିଆଯିବ, ସେ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ. ସେହିପରି ଡ଼ଃ ଗୁରୁଦତ୍ତ ମହାରଣା ହୃଦରୋଗର ବିଭିନ୍ନ ସଂକେତ ଓ ତାର ନିରାକରଣର ବିଷୟରେ ସଭାରେ କହିଥିଲେ. ଏହି ସଭାରେ ସ୍ନେହୀସମାଜ, ଭୁବନେଶ୍ୱରର ସାଧାରଣ ସମ୍ପାଦକ ଇଂ ଦାମୋଦର ସାହୁ ଓ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନ୍ଦନା ସାହୁ ତାଙ୍କର ସଂକ୍ଷିପ୍ତ ଉଦବୋଧନ ରଖିଥିଲେ. ଏହି ସଭାରେ ସ୍ନେହୀ ସମାଜ ଭୁବନେଶ୍ୱରର ପ୍ରାୟ 80 ଜଣ ମହିଳା ଯୋଗଦେଇଥିଲେ. ସଭାଶେଷରେ ସେହି ସମାଜର ମହିଳା ଶାଖା ଆବାହିକା ଶ୍ରୀମତୀ ଉଷାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ. ସଭାଶେଷରେ ମହିଳାମାନେ ବିଭିନ୍ନ ଅନ୍ତଃଗୃହ ପ୍ରତିଯୋଗିତାରେ ଭାଗ ନେଇ ଏହି ଦିବସକୁ ଉପଭୋଗ କରିଥିଲେ.
