June 21, 2026
Home » ଅପମାନିତ ହେଉଛି ରାଜ୍ୟ, ଲଜ୍ଜିତ ହେଉନାହାନ୍ତି ସରକାର : ଭକ୍ତ

ଅପମାନିତ ହେଉଛି ରାଜ୍ୟ, ଲଜ୍ଜିତ ହେଉନାହାନ୍ତି ସରକାର : ଭକ୍ତ

0
WhatsApp Image 2026-06-21 at 6.19.56 PM

 

ହାଇକୋର୍ଟର ଆଇନଜୀବୀଙ୍କ କଂଗ୍ରେସରେ ସମୂହ ଯୋଗଦାନ

ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ଉପସଭାପତି କରୁଣାକରଙ୍କ କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର;: ଆଜି ପ୍ରଦେଶ କଂଗ୍ରେସ ଭବନଠାରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଉପସ୍ଥିତିରେ ଓ କଟକ ସିଟି ଜିଲ୍ଲା କଂଗ୍ରେସ ସଭାପତି ଶାନ୍ତାୟନ ମିଶ୍ର ଏବଂ ପିସିସି ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତିଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l
ଏହି ମିଶ୍ରଣ ପର୍ବରେ ଓଡିଶା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ଉପ ସଭାପତି କରୁଣାକର ରଥ ଏବଂ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବହୁ ଆଇନଜୀବୀ ଓ ତାଙ୍କର ଶତାଧିକ ସହକର୍ମୀ କଂଗ୍ରେସ ତଥା ରାହୁଳ ଗାନ୍ଧୀଙ୍କ ନୀତି ଆଦର୍ଶରେ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବଳିଷ୍ଠ ନେତୃତ୍ୱରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି l
ଏହି ମିଶ୍ରଣ ପର୍ବରେ ଯୋଗଦେଇ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ, ବିଶିଷ୍ଟ ଆଇନଜୀବୀ ମାନଙ୍କ ଦଳରେ ମିଶ୍ରଣ ଫଳରେ କଂଗ୍ରେସ ପାଇଁ ନ୍ୟାୟିକ ଲଢେଇ ସହଜ ହେବ l ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଏକଜାମିନ କରାଯିବ l ବର୍ତ୍ତମାନର ସରକାର ହେଉଛି ମୂର୍ଖଙ୍କ ସରକାର ତେଣୁ ସେମାନେ ମୂର୍ଖ ତିଆରି କରୁଛନ୍ତି କାରଣ ମେଧାବୀ ଛାତ୍ର ବାହାରିଲେ ଚାକିରୀ ଦେବାକୁ ପଡ଼ିବ l ସରକାରଙ୍କ ରାଜ୍ୟ ପ୍ରତି ପ୍ରତିବଦ୍ଧତା ନାହିଁ l ବିଭିନ୍ନ ଅଘଟଣ ଘଟି ରାଜ୍ୟ ପ୍ରତିଦିନ ଅପମାନିତ ହେଉଛି ରାଜ୍ୟ ତଥାପି ସରକାର ଲଜ୍ଜିତ ହେଉ ନାହାନ୍ତି l
ଛାତ୍ରଙ୍କ ଭବିଷ୍ୟତ ପାଇଁ ଏମାନଙ୍କ କେତେ ଆନ୍ତରିକତା ଅଛି ନିଟ ପ୍ରଶ୍ନ ପତ୍ର ପ୍ରଘଟ ଓ ଓଡିଶା ଶିକ୍ଷା ପାଠ୍ୟ ପୁସ୍ତକ ତ୍ରୁଟି ଏହାର ଜ୍ୱଳନ୍ତ ଉଦାହରଣ l ସାରା ଦେଶରେ ବିଶେଷତଃ ରାହୁଳ ଗାନ୍ଧୀଙ୍କ କୋଟା କାର୍ଯ୍ୟକ୍ରମ ପରେ ଛାତ୍ରଙ୍କ ବିରୋଧ ପ୍ରତିଧ୍ୱନି ଶୁଭିବା ଆରମ୍ଭ ହୋଇଛି l ସମାଜର କୌଣସି ବର୍ଗଙ୍କ ପାଇଁ ଅନୁକୂଳ ବାତାବରଣ ନାହିଁ l ପରିବର୍ତ୍ତନର ଓ ଅନ୍ୟାୟକୁ ବିରୋଧର ଲଢେଇ ପାଇଁ ରାହୁଳ ଗାନ୍ଧୀ ଆହ୍ୱାନ ଦେଇଛନ୍ତି l ଆପଣମାନଙ୍କ ଭଳି ବୁଦ୍ଧିଜୀବୀ ବର୍ଗଙ୍କୁ ଅନୁରୋଧ ପରିବର୍ତ୍ତନ ରାଜନୀତିରେ ଯୋଗଦେଇ ଲୋକାଭିମୁଖୀ ସଂସ୍ଥାଗତ ଢାଞ୍ଚା ନିର୍ମାଣ କରିବା l
ଦଳ ଆଗକୁ ବଢୁଛି
କଂଗ୍ରେସ କ୍ଷମତାକୁ ନିଶ୍ଚୟ ଆସିବ
ଆସନ୍ତା ଦିନରେ ଅନେକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ହଜାର ହଜାର ସଂଖ୍ୟାରେ ଲୋକ କଂଗ୍ରେସରେ ଯୋଗଦାନ କରିବେ ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି l
ସୂଚନାଯୋଗ୍ୟ, ଆଡ଼ଭୋକେଟ ରଥ ପୂର୍ବରୁ ଜନତା ପାର୍ଟି ଓ ବିଜେଡିର ଜଣେ ଆଗଧାଡିର କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ ଓ 1990 ମସିହାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଫୁଲବାଣୀ ମାଳାଞ୍ଚଳ ପ୍ରକଳ୍ପର ଦାୟିତ୍ୱ ବହନ କରିଥିଲେ l
ଆଜିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମକୁ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ମହାନ୍ତି ପରିଚାଳନା କରିଥିବାବେଳେ ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, କୋଷାଧକ୍ଷ ସିଦ୍ଧାର୍ଥ ଦାଶ, ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ପିସିସି ଆଇନ ବିଭାଗ ଅଧ୍ୟକ୍ଷ ରତିକାନ୍ତ ମହାପାତ୍ର, କଂଗ୍ରେସ ନେତା ବିଶ୍ୱଜିତ ଦାଶ, ହାଇକୋର୍ଟ ବାର ସଙ୍ଘର ପୂର୍ବତନ ସମ୍ପାଦକ ଆଇନଜୀବୀ ଆଲୋକ ପ୍ରସାଦ ନନ୍ଦ ମଞ୍ଚାସିନ ଥିଲେ ଓ କିଷାନ ସେଲର ସାଧାରଣ ସମ୍ପାଦକ ଆଡ଼ଭୋକେଟ ସୂର୍ଯ୍ୟ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ସହ ଗୋପାଳ ଚରଣ ମହାରଣା, ମଧୁସୂଦନ ମହାନ୍ତି, ଅଭିମନ୍ୟୁ ଆଚାର୍ଯ୍ୟ, ବିଶ୍ୱଜିତ ମହାପାତ୍ର, ଅଶୋକ କୁମାର ସାହୁ, ଗୋପାଳ କୃଷ୍ଣ ନନ୍ଦ, ରାଜଲକ୍ଷ୍ମୀ ପତି, ପ୍ରିୟଙ୍କା ଦାସ, ଏସଏନ ବିଶ୍ୱାଳ, ରଞ୍ଜିତା ପାଗଳ, ମଧୁସ୍ମିତା କାନୁନଗୋ, ସରୋଜ କୁମାର ମହାପାତ୍ର, କପିଳ ନାୟକ, ତରୁଣ କୁମାର ରାଉତ, ତନୁଶ୍ରୀ ସାହୁ, ଚିନ୍ମୟୀ ସାହୁ, ସୁଜାତା ଆଚାର୍ଯ୍ୟ, ପ୍ରଗତି ରଥ, ପ୍ରଣତି ପଣ୍ଡା, ମୋନାଲିସା ସାହୁ, ମାନସ କୁମାର ଦାସ, ପ୍ରତାପ ଚନ୍ଦ୍ର ପଣ୍ଡା, ଲିଜାରାଣୀ ଜେନା, ସାକର ମୁର୍ମୁ, ଅରବିନ୍ଦ ମାଝୀ, ଦୁର୍ଗା ପ୍ରସାଦ ସ୍ୱାଇଁ ପ୍ରମୁଖ ଆଜି କଂଗ୍ରେସରେ ଯୋଗଦାନ କରିଛନ୍ତି ଓ ସେମାନେ କହିଛନ୍ତି ଯେ, ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଜନନାୟକ ରାହୁଳ ଗାନ୍ଧୀଙ୍କ ହାତମୁଠାକୁ ଟାଣ କରିବା, କଂଗ୍ରେସ ଦଳକୁ ମଜବୁତ କରିବା ସହ ସମାଜର ଦୁର୍ବଳ ଶ୍ରେଣୀର ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନ ସହାୟତା ଯୋଗେଇ ଦେବାକୁ ସେମାନେ ଦୃଢ ପରିକର ବୋଲି ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *