ଅପ୍ରେଲ 22 ଓ 23 ରେ ଅନୁଷ୍ଠିତ ହେବ ହରଭଙ୍ଗାର ନୂତନ ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ
ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲାର ହରଭଙ୍ଗା ରେ ସାଇ ସେବା ସଦନ ପକ୍ଷରୁ ନିର୍ମିତ ନୂତନ ସାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ଅପ୍ରେଲ ମାସ 23 ତାରିଖରେ ମହା ଆଡମ୍ବରରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଦୁଇ ଦିନ ଧରି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସୂଚନା ଅନୁସାରେ 22 ତାରିଖରେ କଳସ ଯାତ୍ରା ଓ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଶତାଧିକ ଭକ୍ତମାନେ ଭାଗ ନେଇ ଧାର୍ମିକ ପରିବେଶକୁ ଉତ୍ସବ ମୁଖର କରିବେ । ପରବର୍ତ୍ତୀ ଦିନ 23 ତାରିଖରେ ବିଗ୍ରହ ପ୍ରତିଷ୍ଠା ସହିତ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଓ ପୂର୍ଣ୍ଣାହୁତି ଭବ୍ୟ ଭାବରେ ପାଳନ କରାଯିବ ।

ଏହି ପବିତ୍ର ଅବସରରେ ସମସ୍ତ ଭକ୍ତମାନଙ୍କୁ ଯୋଗ ଦାନ ଓ ସହଯୋଗ କରି ସାଇ ବାବାଙ୍କ କୃପା ଲାଭ କରିବାକୁ ସାଇ ସେବା ସଦନର ଆବାହକ ଚିତ୍ତରଞ୍ଜନ ସିଂହ ନିବେଦନ କରିଛନ୍ତି। ହରଭଙ୍ଗାରେ ବୌଦ୍ଧ ଜିଲ୍ଲାର ପ୍ରଥମ ସାଇ ମନ୍ଦିର ନିର୍ମାଣ ହେଇ ଥିବା ଓ ପ୍ରତିଷ୍ଠା ଉତ୍ସବ କୁ ନେଇ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଉତ୍ସାହ ଦେଖାଯାଇଛି। ସାଇ ଭକ୍ତମାନେ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ମନେ କରୁଛନ୍ତି।ଅନ୍ୟ ପଟେ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସଫଳ କରିବା ପାଇଁ ଗୁରୁବାର ଏକ ସୁସଜ୍ଜିତ ରଥ ଯାତ୍ରା ଆୟୋଜନ କରାଯାଇଛି lଏହି ରଥ ପ୍ରଥମେ ମା ଭୈରବୀଙ୍କ ପୀଠରେ ପୂଜାର୍ଚ୍ଚନା କରି ପରେ ଗାଁ ଗାଁ ପରିକ୍ରମା କରିଥିଲା। ରଥ ପରିକ୍ରମା ସମୟରେ ଭକ୍ତମାନେ ଭଜନ-କୀର୍ତ୍ତନ କରି ସାଇ ନାମ ସ୍ମରଣ କରୁଥିବା ଦେଖିବାକୁ ମିଳିଛି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.
