ଅବସର ପ୍ରାପ୍ତ ANM ସୁପର ଭାଇଜରଙ୍କୁ ହତ୍ୟା।
ଲୁଟ ପରେ ହତ୍ୟା କରାଯାଇଥିବା ସନ୍ଦେହ….
କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଯୋର ଗ୍ରାମରୁ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ଘରେ ଏକାକୀ ରହୁଥିବା ଜଣେ ଅବସରପ୍ରାପ୍ତ ଏଏନଏମ ସୁପର ଭାଇଜରଙ୍କ ମୃତ ଦେହ ନିଜ ଘର ଆଗରେ ପଡିରହିଥିବା ଦେଖିବାକୁ ମିଳିଛି।ଏହାସହ ତାଙ୍କ ଘର କବାଟ ମଧ୍ୟ ତାଲା ଭଙ୍ଗା ଯାଇଛି। ଏକୁଟିଆ ଥିବାର ସୁଯୋଗ ନେଇ ମହିଳାଙ୍କୁ ଦୁର୍ବୁତ୍ତ ହତ୍ୟା କରି ତାଙ୍କ ଘରର ସାମଗ୍ରୀ ଲୁଟ କରିଥିବା ସନ୍ଦେହ କରାଯାଉଛି। ମହିଳା ଙ୍କ ସ୍କୁଟି ଧର୍ମଗଡ ନିକଟସ୍ଥ କେବିଡି ଛକ ଠାରେ ପଡ଼ିଥିବା ଦେଖାଯାଇଛି ତେଣୁ ଲୁଟ ପାଟ ପରେ ତାଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଶିକ ସ୍ଥିତି ରୁ ଅନୁମାନ କରାଯାଉଛି। ମୃତ ମହିଳାଙ୍କ ନାମ ସୁଚିତ୍ରା ଖୁଣ୍ଟିଆ ବୋଲି ଜଣାପଡିଥିବା ବେଳେ ତାଙ୍କ ସ୍ୱାମୀ ଓ ପୁଅ ବାହାରେ ରହୁଥିବା ଜଣାପଡିଛି।ଖବର ପାଇ ଧର୍ମଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
