December 20, 2025
Home » ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗ

0
WhatsApp Image 2025-12-05 at 12.49.40 PM

 

ଧର୍ମଗଡ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଶୋକସଭା।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁ ଙ୍କ ଅକାଳ ବିୟୋଗ ଯୋଗୁ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ଏନେଇ ଆଜି ଧର୍ମଗଡ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଏକ ଶୋକସଭା ର ଆୟୋଜନ କରାଯାଇ ସ୍ଵର୍ଗତ ସାହୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।ଧର୍ମଗଡ ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି କବିରାଜ ଦୁର୍ଗା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକ ସଭାରେ ଉପଦେଷ୍ଟା ଲୋକନାଥ ବେହେରା ସ୍ଵର୍ଗତ ଶ୍ରୀ ସାହୁ ଙ୍କର କାର୍ଯ୍ୟ ଦକ୍ଷତା, କର୍ତ୍ତବ୍ୟ ନିଷ୍ଠା ଓ ସଙ୍ଘୀୟ ସେବା ଉପରେ ଆଲୋକପାତ କରିଥଲେ।ସଂପାଦକ ରାଜେନ୍ଦ୍ର ଭୋଇ, ସହ ସଂପାଦକ ଧରଣୀଧର ଧଙ୍ଗଡାମାଝୀ, ଉପ ସଭାପତି ପ୍ରମୋଦ କୁମାର ହଂସ ସମେତ ଫୁଲେଶ୍ୱର ସେନାପତି, ତ୍ରିଲୋଚନ ବାଗ, ଭୁଜବଲ ଗୋପାଳ, ସୁବାସ ଚନ୍ଦ୍ର ସାହୁ ଉପସ୍ଥିତ ରହି ସ୍ଵର୍ଗତ ଆତ୍ମର ସଦଗତି ନିମନ୍ତେ ପ୍ରାର୍ଥନା କରିଥଲେ।
ସୁଚନା ଯୋଗ୍ୟ ଯେ, ସ୍ଵର୍ଗତ ସାହୁ କର୍ଲାପଡା ହାଇସ୍କୁଲ୍ ରେ ଶିକ୍ଷକତା ଆରମ୍ଭ କରି ଟାଉନ ହାଇ ସ୍କୁଲ, ମାଣିକେଶ୍ଵରୀ ହାଇ ସ୍କୁଲ,ଭବାନୀପାଟଣା ରୁ ପଦୋନ୍ନତି ପାଇ ଲାଞ୍ଜିଗଡ ବ୍ଲକ ର ବିଶ୍ଵନାଥ ପୁର ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଭାବେ ସଫଳତାର ସହ କାର୍ଯ୍ୟକରି ୨୦୨୧ ମସିହାରେ ଅବସର ଗ୍ରହଣ କରିଥଲେ। ସେ ଭବାନୀ ପାଟଣା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ସଭାପତି ଓ ସଂପାଦକ ରୂପେ ଦାୟିତ୍ୱ ତୁଲାଇ ଶିକ୍ଷକ ମହଲରେ ପ୍ରିୟଭାଜନ ହୋଇ ପାରିଥିଲେ। ଜୀବନ ର ଅନ୍ତିମ ସମୟ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ସଂପାଦକ ଭାବେ ଦାୟିତ୍ଵ ତୁଲାଇ ଆସୁଥିଲେ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର ସାହୁ ଗତ ୪ ତାରିଖ ଦିନ ସକାଳେ ଭବାନୀ ପାଟଣା ରୁ କୁସୁମଦର ଗାଁକୁ ବାଇକରେ ଯିବାବେଳେ କୁଲିଆମାଲ ନିକଟରେ ଏକ ପିକଅପ ତାଙ୍କୁ ସାମ୍ନାରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ଘଟିଥିଲା।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *