ଅବିବାହିତ ପଡ଼ୋଶୀ ଝିଅ ସହ ଜଣେ ବିବାହିତ ବ୍ୟକ୍ତିଙ୍କ ପ୍ରେମ ସଂପର୍କରେ ଧରାପଡିବା ପରେ ଉଭୟ ବିଷ ପାନ କରି ଆତ୍ମହତ୍ୟା

ଅବିବାହିତ ପଡ଼ୋଶୀ ଝିଅ ସହ ଜଣେ ବିବାହିତ ବ୍ୟକ୍ତିଙ୍କ ପ୍ରେମ ସଂପର୍କରେ ଧରାପଡିବା ପରେ ଉଭୟ ମଙ୍ଗଳବାର ଦିନ ମଙ୍ଗଳବାର ସକାଳେ ଭଡ଼ାଘରେ ଆତ୍ମହତ୍ୟା ଉଦ୍ୟମକରି ବିଷ ପାନ କରିଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ସମୟରେ ଉଭୟଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରର ରଇତ କଲୋନୀ ସପ୍ତମ ଲାଇନରେ ନିଜ ପରିବାର ସହ ରହୁଥିବା ଦୁଇଟି ପୁତ୍ର ସନ୍ତାନ ଥିବା କେ.ରମେଶ(୪୨) ନାମକ ଜଣେ ବିବାହିତ ବ୍ୟକ୍ତି ଓ ତାଙ୍କ ପଡୋଶୀ ୨୪ ବର୍ଷୀୟ ଜଣେ ଅବିବାହିତ ଯୁବତୀଙ୍କ ପ୍ରେମ ସମ୍ପର୍କରେ ।
ମିଳିଥିବା ସୁଚନା ମୁତାବକ ବିବାହିତ କେ.ରମେଶ ତାଙ୍କ ପଡୋଶୀ ଜଣେ ଅବିବାହିତ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା ଏବଂ ଉଭୟ ରିଂ ରୋଡ଼ ସ୍ଥିତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ଘର ଭଡ଼ା ରହି ଆସୁଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ପରିବାର ଲୋକେ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ଉଭୟଙ୍କୁ ପଚାରିବା ପରେ ସେମାନେ ତାଙ୍କ ସମ୍ପର୍କ ନେଇ ବାରଣ କରିଥିଲେ । ପରିଶେଷରେ ଉଭୟ ଲୋକ ଲଜ୍ଜାକୁ ଭୟ କରି ବିଷ ପାନ କରିଥିବା ବେଳେ ଗୁରୁତର ଅବସ୍ଥାରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ସମୟରେ ଅପରାହ୍ନରେ କେ.ରମେଶଙ୍କ ମୃତ୍ୟୁ ହୋଇଥିବା ବେଳେ ସନ୍ଧ୍ୟାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଦୁଇଟି ପୁତ୍ର ସନ୍ତାନ ଥିବା ବିବାହିତ ରମେଶଙ୍କ ୧୨ ବର୍ଷର ଗୋଟିଏ ପୁଅ କଥା କହିପାରୁନଥିବା ବେଳେ ୧୦ ବର୍ଷର ସାନ ପୁଅ ଚାଲିବାରେ ଅକ୍ଷମ ରହିଥିବା ଜଣାପଡ଼ିଛି । ହେଲେ ମୃତ ଉଭୟଙ୍କ ଶବ ବ୍ୟବେଚ୍ଛଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ