March 14, 2026
Home » ଅବୈଧ ଏଲ ପି ଜି  ସିଲିଣ୍ଡର ରଖିବା ବିରୋଧ ରେ ବଡ଼ବିଲ ପୋଲିସର ଚଢ଼ାଉ

ଅବୈଧ ଏଲ ପି ଜି  ସିଲିଣ୍ଡର ରଖିବା ବିରୋଧ ରେ ବଡ଼ବିଲ ପୋଲିସର ଚଢ଼ାଉ

0
WhatsApp Image 2026-03-14 at 11.42.03 AM

୫୪ଟି ସିଲିଣ୍ଡର ଜବତ, ୨ ଆରୋପୀଙ୍କ ବିରୋଧରେ ମାମଲା ।
ଯୋଡ଼ା  – ବଡ଼ବିଲ ସହରରେ ରନ୍ଧନ ଗ୍ୟାସ ର କଳାବଜାରୀ  ହେଉଥିବା ଅଭିଯୋଗ ହେଉଛି । ଜାଳେଣି ଗ୍ୟାସ ପାଇ ଗ୍ରାହକ ହନ୍ତସନ୍ତ ହେଉଥିବା ବେଳେ କଳାବଜାରୀ ମାନେ ମାଲେମାଲ ହେଉଛନ୍ତି । ଏହାକୁ ନେଇ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ପୋଲିସ ଅବୈଧ ଭାବେ ଏଲ ପି ଜି  ସିଲିଣ୍ଡର ଗଛିତ ରଖିବା  ଓ କଳାବଜାରି ବିରୋଧରେ ଚଢ଼ାଉ କରି ୫୪ଟି ଏଲ ପି ଜି  ସିଲିଣ୍ଡର ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।କେନ୍ଦୁଝର ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ୧୨ ମାର୍ଚ୍ଚରେ ବଡ଼ବିଲ ପୋଲିସ ଅବୈଧ ଏଲ ପି ଜି  ସିଲିଣ୍ଡର ଗଛିତ ବିରୋଧ ରେ  ଓ କଳାବଜାରି ବିରୋଧରେ ବିଶେଷ ଅଭିଯାନ ଆରମ୍ଭ କରିଥିଲା। ବିଶ୍ୱସନୀୟ ସୂଚନା ଆଧାରରେ ପୋଲିସ ସାଧୁସିଂହ ହଟିଂ ଅଞ୍ଚଳରେ ଥିବା ମହମ୍ମଦ ସମସେର (୪୯) ଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ  ସମୟରେ ସେଠାରୁ ୩୬ଟି ଘରୋଇ ଏଲ ପି ଜି  ସିଲିଣ୍ଡର ସହ ୨ଟି ୫ ଲିଟର କ୍ଷମତାର ଛୋଟ ଏଲ ପି ଜି  ସିଲିଣ୍ଡର ଜବତ କରାଯାଇଥିଲା। ପୋଲିସ ତଦନ୍ତରେ ଜଣାପଡ଼ିଥିଲା ଯେ ଆରୋପୀ ଅବୈଧ ଭାବେ ଏଲ୍ ପି ଜି  ସିଲିଣ୍ଡର ଗଛିତ କରି ଅଧିକ ଦାମରେ ବିକ୍ରି କରୁଥିଲେ। ଏହି ଘଟଣାରେ ବଡ଼ବିଲ ଥାନାରେ କେସ୍ ନମ୍ବର ୧୨୨/୨୦୨୬ ରୁଜୁ ହୋଇଛି।ଏହା ସହ ଅନ୍ୟ ଏକ ଅଭିଯାନରେ ବଡ଼ବିଲ ଡେଲି ମାର୍କେଟ୍‌ରେ ଥିବା ଓମ ପ୍ରକାଶ ଗୁପ୍ତା (୬୫) ଙ୍କ ଦୋକାନରେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ୧୮ଟି ଏଲ ପି ଜି  ସିଲିଣ୍ଡର ଅବୈଧ ଭାବେ ଗଛିତ ରଖିଥିଲେ  । ପୋଲିସ ସେଗୁଡ଼ିକୁ ଜବତ କରି ବଡ଼ବିଲ ଥାନାରେ କେସ୍ ନମ୍ବର ୧୨୩/୨୦୨୬ ରୁଜୁ କରିଛି।ଉଭୟ ମାମଲାର ତଦନ୍ତ ଚାଲିଥିବା ବେଳେ ଆଗାମୀ ଦିନରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ସେହିପରି  ଏଲ ପି ଜି  କିମ୍ବା ଅନ୍ୟ ଆବଶ୍ୟକୀୟ ସାମଗ୍ରୀର ଅଭାବ ସମ୍ପର୍କରେ ଗୁଜବ ପ୍ରଚାର ନକରିବାକୁ ଏବଂ କେବଳ ଅଧିକୃତ ବିକ୍ରେତାଙ୍କଠାରୁ ସାମଗ୍ରୀ କ୍ରୟ କରିବାକୁ ସାଧାରଣ ଲୋକଙ୍କୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି। ଭୁଲ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ  କରିଛନ୍ତି ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *