March 15, 2026
Home » ଅଭାବନୀୟ ଘଟଣା…. ଜିଭ କାଟି ଯୁବକ କୁ ନିର୍ମମ ହତ୍ୟା

ଅଭାବନୀୟ ଘଟଣା…. ଜିଭ କାଟି ଯୁବକ କୁ ନିର୍ମମ ହତ୍ୟା

0
WhatsApp Image 2026-03-15 at 3.39.38 PM

 

ଯୁବକ କୁ ଜିଭ କାଟି ହତ୍ୟା ପରେ ଅଭିଯୁକ୍ତ ହତ୍ୟାକାରୀ ଫେରାର ଏମିତି ଏକ ଅମାନବୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା କଣ୍ଟମାଲ କୁରସୁଡ ମୁଖ୍ୟ ରାସ୍ତାରେ । ମୃତକ ହେଉଛନ୍ତି କଣ୍ଟାମାଲ ଗାଁ ର ୨୮ ବର୍ଷୀୟ ଲକ୍ଷପତି ହଂସ l ଗତକାଲି ଲକ୍ଷପତି ହଂସ ନିଜ ଶ୍ୱଶୁର ଘର ଘଣ୍ଟସଢାକୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ରାତି ସମୟରେ ନିଜ ଗାଁକୁ ଫେରୁଥିଲେ ତେବେ ବିଚ ରାସ୍ତାରେ କେହି ତାଙ୍କୁ ଆକ୍ରମଣ କରି ଜିଭ କାଟି ଦେବା ସହିତ ଦେହରେ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା ।

ସକାଳ ସମୟରେ ସ୍ଥାନୀୟ ଲୋକ ରାସ୍ତାକଡରୁ ତାଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇ ପ୍ରଥମେ ବୋର୍ଡା ଡାକ୍ତରଖାନା ଓ ପରେ ଭବାନପାଟଣା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇ ଥିବା ଡାକ୍ତର ପ୍ରକାଶ କରିଥିଲେ। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ପୋଲିସ୍ ପହଞ୍ଚି ତଦନ୍ତ କରିଥିବା ବେଳେ ହତ୍ୟାକାଣ୍ଡ ଘଟିଥିବା ସ୍ଥାନଟି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଳା ଥାନା ଅଧୀନସ୍ଥ ହୋଇ ଥିବାରୁ ବର୍ତ୍ତମାନ ସିନ୍ଧେକେଳା ଥାନା ପୋଲିସ ଏହାର ତଦନ୍ତ ଜାରି ରଖିଛି l ହତ୍ୟା କାରି କେଉଁ ପରିସ୍ଥିତି ରେ କଣ ପାଇଁ ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *