December 21, 2025
Home » ଅଭାବନୀୟ ଘଟଣା…ବୃଦ୍ଧଙ୍କୁ ଅଧା ଲଣ୍ଡାକରି ଚପଲମାଳ ପିନ୍ଧାଇ ବୁଲାଇଲେ

ଅଭାବନୀୟ ଘଟଣା…ବୃଦ୍ଧଙ୍କୁ ଅଧା ଲଣ୍ଡାକରି ଚପଲମାଳ ପିନ୍ଧାଇ ବୁଲାଇଲେ

0
WhatsApp Image 2025-12-11 at 5.04.09 PM

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ବାଦିଲି ଗାଁରେ ଜଣେ ବୃଦ୍ଧ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗାଁରେ କଙ୍ଗାରୁ କୋର୍ଟ
ବସିଥିଲା।କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁସାରେ ସମ୍ପୃକ୍ତ ବୃଦ୍ଧଙ୍କୁ ଅଧା ଲଣ୍ଡା କରି ଚପଲ ମାଳା ପିନ୍ଧାଇ ଗାଁରେ ବୁଲାଇବା ଭଲି ଅଭାବନୀୟ ଘଟଣା ସର୍ବ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅର୍ନ୍ତଗତ ବାଦଲି ଗାଁର ୱାର୍ଡ ନଂ-୧୩ ଚଞ୍ଚରାପଡ଼ାରେ ଗତ ୭ ତାରିଖ ସକାଳେ ଜଣେ ମହିଳା ନଳକୂଅକୁ ପାଣି ଆଣିବାକୁ ଆସିଥିଲେ। ସେତେବେଳେ ଗାଁର ଜଣେ ବୃଦ୍ଧ ତାଙ୍କୁ ଦୁବ୍ୟବହାର ପ୍ରଦର୍ଶନ କରିଥିବା ପ୍ରକାଶ। ସଂପୃକ୍ତ ମହିଳା ଏହି ବିଷୟ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।ଏ ନେଇ ପରିବାର ଲୋକ ଗ୍ରାମବାସୀଙ୍କ ଜଣାଇବା ପରେ ସେହିଦିନ ଗ୍ରାମର ଲକ୍ଷ୍ମୀପୂଜା ମଣ୍ଡପଠାରେ ଏକ କଙ୍ଗାରୁ କୋର୍ଟ ବସିଥିଲା।

ଏଥିରେ ଦୁଇ ଜଣ ଲୋକ ପ୍ରତିନିଧି ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଛି। କଙ୍ଗାରୁ କୋର୍ଟର ନିଷ୍ପତି ଅନୁଯାୟୀ ବୃଦ୍ଧଙ୍କ ମୁଣ୍ଡକୁ ଅଧା ଲଣ୍ଡା କରି ବେକରେ ଚପଲ ମାଳା ପିନ୍ଧାଇ ଲକ୍ଷ୍ମୀପୂଜା ମଣ୍ଡପରୁ ତାଙ୍କ ଚରାପଡ଼ା ଘରକୁ ଚଲାଇ ଚଲାଇ ଅଣାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତି ଭୟଭୀତ ହୋଇ ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି। କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହୋଇଥିବା ଯୋଗୁଁ ସେ ଏହା ବିରୋଧରେ ଥାନାକୁ ଯିବା ପାଇଁ ମଧ୍ୟ ସାହାସ ଜୁଟାଇ ପାରୁନାହାନ୍ତି।ଗାଁର ଲୋକ ପ୍ରତିନିଧି ଓ ପତିଆରା ଥିବାଲୋକମାନେ ସାମିଲ ହୋଇଥିବା ଯୋଗୁଁ ଘଟଣାକୁ ଚପାଇ ଦେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ହୋଇଛି। ଅନ୍ୟପକ୍ଷରେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଲୋଚନକୁ ଆସିଛି। ଭବାନୀପାଟଣା ସଦର ଥାନା ପୁଲିସ ଓ ଜିଲ୍ଲା ପ୍ରଶାସନ ଜିଲ୍ଲା ମହକୁମାରୁ ମାତ୍ର ୮ କି.ମି. ଦୂରରେ ଏଭଳି ଅଭାବନୀୟ ଘଟଣା ଘଟିଥିଲେ ମଧ୍ୟ କେହି ସୁରାକ ନ ପାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତକରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।ଏ ନେଇ ଭବାନୀପାଟଣା ସଦର ଥାନା ପୁଲିସ ତାଙ୍କ ପାଖରେଏନେଇ କୌଣସି ଅଭିଯୋଗ ଆସି ନାହିଁ ବୋଲି କହିଛନ୍ତି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *