October 30, 2025
Home » ଅଲ ଇଣ୍ଡିଆ ବ୍ୟାଙ୍କ ଅଫ ଇଣ୍ଡିଆ ଏସଟି ଏସସି କର୍ମଚାରୀ ସଙ୍ଘ ବାର୍ଷିକ ସମ୍ମିଳନୀ

ଅଲ ଇଣ୍ଡିଆ ବ୍ୟାଙ୍କ ଅଫ ଇଣ୍ଡିଆ ଏସଟି ଏସସି କର୍ମଚାରୀ ସଙ୍ଘ ବାର୍ଷିକ ସମ୍ମିଳନୀ

0
WhatsApp Image 2025-10-30 at 1.48.27 PM

କେନ୍ଦୁଝର :- କେନ୍ଦୁଝର ଅଡ଼ିଟାରିୟମ ରେ ଆଜି ଅଲ ଇଣ୍ଡିଆ ବ୍ୟାଙ୍କ ଅଫ ଇଣ୍ଡିଆ ଏସସି ଏସଟି କର୍ମଚାରୀ ସଙ୍ଘ ଓଡିଶା ଶାଖା ର ୧୪ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ରାଜ୍ୟ ସଭାପତି ପ୍ରକାଶ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ସାଧାରଣ ସମ୍ପାଦକ ହରିଶଙ୍କର ନାଏକ ବିବରଣୀ ପ୍ରଦାନ କରିଥିବାବେଳେ ପଦ୍ମଶ୍ରୀ ଦୈତାରୀ ନାଏକ, ସ୍ତମ୍ବାକାର ଅମୀୟ ପାଣ୍ଡଵ, ଗ୍ରାମୀଣ ସାଧାରଣ ପରିଚାଳକ ମୁମ୍ବାଇ ମୁଖ୍ୟାଳୟ ନକୁଳ ବେହେରା, ଡିଜିଏମ ଏଫଜିଏମଓ ଭୁବନେଶ୍ୱର ରଜନୀକାନ୍ତ ଭୂୟାଁ, ଚେୟାରମ୍ୟାନ କେନ୍ଦ୍ରୀୟ ୟୁନିଟ ଅରୁଣ ଜନ ପ୍ରବଳ, ଜାତୀୟ ସଭାପତି କେନ୍ଦ୍ରୀୟ ୟୁନିଟ ରଞ୍ଜନ ମହାଦେବ ଖପରଦେ, ଜାତୀୟ ସାଧାରଣ ସମ୍ପାଦକ କେନ୍ଦ୍ରୀୟ ୟୁନିଟ ଜୀବନ କୃଷ୍ଣ କାମ୍ବଲେ, ସାଧାରଣ ସମ୍ପାଦକ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ ଆସୋସିଏସନ ଓଡିଶା ୟୁନିଟ କମଲଜିତ ମହାପାତ୍ର, ସାଧାରଣ ସମ୍ପାଦକ ବ୍ୟାଙ୍କ ଅଫ ଇଣ୍ଡିଆ ଏମ୍ପ୍ଲୟୀଜ ୟୁନିଅନ ଓଡିଶା ୟୁନିଟ ସଚ୍ଚିଦାନନ୍ଦ ନନ୍ଦ ଅତିଥିଭାବେ ଯୋଗଦେଇ ସଙ୍ଘ ର କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋକପାତ କରି ଆଗାମୀ କାର୍ଯ୍ୟକ୍ରମ ଓ ସରକାର ଏବଂ କେନ୍ଦ୍ରୀୟ ପରିଚାଳନା ପରିଷଦ, କର୍ମଚାରୀ ହିତ ସମ୍ପର୍କ ରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ,ବିଶେଷ ଅତିଥିଭାବେ ବିଭିନ୍ନ ପ୍ରାନ୍ତରୁ ସ୍ମୃତି ରଞ୍ଜନ ସାହୁ, ବିଜୟକୁମାର ମଲ୍ଲିକ, ଶ୍ରୀଜିତ ଶଙ୍କର ବେହେରା, ଅମିତକୁମାର ପାଲ, କମଲେଶ ରଞ୍ଜନ, ଗୟାଲାଲ ମାଝୀ, ଉମାଶଙ୍କର ରାୟ, ଉମାଶଙ୍କର ମଣ୍ଡଳ, ଅନୁପ ଖାନ, ବିନ୍ଦେଶ୍ୱର ପ୍ରସାଦ, ଶ୍ରୀମତୀ ଭେରୋନିକା ତମ୍ବା, ଶ୍ରୀମତୀ ସଲିଳ ରିଚା କୁଜୁର, ରଂଧିର ସିଂ ଠାକୁର, ଧନରୂପ ମିନା, ଚନ୍ଦ୍ରକାନ୍ତ ବୋସାପ୍ପା ଗୁଡସ୍କାର, ଅରବିନ୍ଦ ସୁବାଷ ପରଦେଶୀ, ଲୋକେଶ କୁମାର ଠାକୁର, ପଦାଧିକାରୀ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ, ଏହା ପୂର୍ବରୁ ସଙ୍ଘ କାର୍ଯ୍ୟକର୍ତା ଗଣ ସିଦ୍ଧମଠ ପୋଡାଉଆସ ଠାରେ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ କରି ହୋଟେଲ କାଶଭି ପ୍ରେକ୍ଷାଳୟ ରେ ଗଭମେଣ୍ଟ ରିଜର୍ଭେସନ ପଲିସି ସମ୍ପର୍କ ରେ କର୍ମଶାଳା ଆୟୋଜନ କରିଥିଲେ, ସହର ରେ ଅବସ୍ଥାପିତ ବାବାସାହେବ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ,

Leave a Reply

Your email address will not be published. Required fields are marked *