“ଅଶ୍ଳିଳ ଫଟୋ ଭାଇରାଲ ଅଭିଯୋଗ ରେ ୭ଯୁବକ ଗିରଫ

,
-ଭେଡେନ”।ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରେ ଅବସ୍ଥିତ ଥିବା ପପଙ୍ଗା ଗ୍ରାମ ପଞ୍ଚାୟତ ବଡ଼ ପିପିଲି ଗ୍ରାମ ର ଜୈନକ ଯୁବକ ବସନ୍ତ ପଟେଲ (୨୪)ତା ସାଙ୍ଗମାନଙ୍କ ସହିତ ମିଶି ଜୈନେକ ନାବାଳିକାର ଫଟୋ କୁ ସୋସିଆଲ ମିଡ଼ିଆ ରେ ଭାଇରାଲ କରୁଥିଲେ ।ଏ ବାବଦରେ କୌଣସି ସୂତ୍ରରୁ ଖବର ପାଇ ସଂପୃକ୍ତ ନାବାଳିକା ର ବାପା ଭେଡେନ ଥାନା ରେ ଗତ କାଲି ଅଭିଯୋଗ କଲେ । ଉକ୍ତ ଅଭିଯୋଗ ର ଆଧାର କ୍ରମେ ଥାନା କେଶ ନଂ ୧୮୮/ତା୧୯/୮/୨୦୨୫ ମାମଲା ଦାଏର କରାଯାଇ ତଦନ୍ତ ଜାରି ରଖାଯାଇଥିଲା । ଆଜି ଅସାମାଜିକ ଅଭିଯୁକ୍ତ ସମସ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଅଛି ।
ଅଭିଯୁକ୍ତ ମାନେ ହେଲେ ୧- ବସନ୍ତ ପଟେଲ (୨୪), ୨-ଜୀବର୍ଦ୍ଦନ ବେହେରା(୨୪)କୁଡାପାଲି, ୩-ଛବିଳ ମେଡକୀ( ୨୩), ୪-ପ୍ରକାଶ ପଧାନ(୨୪), ୫-ତଷୋବନ୍ତ ପଧାନ (୨୬), ୬- ପ୍ରଫୁଲ୍ଲ ବେହେରା (୨୬), ଓ ସୁବ୍ରତ ପଧାନ( ୨୬) ଏମାନଙ୍କ ର ନାମ ରେ U/S:-206/301(2)/66e/67/67(a)/67(b).ଆଟିଆକ୍ଟ ପକସୋ ୧୨ଦଫା ଲାଗୁ ଲାଗୁ କରାଯାଇଥିବା ଥାନା ଅଧିକାରୀ ଶୁଶାନ୍ତ କୁମାର ଦାଶ ଙ୍କ ନିକଟରୁ ପ୍ରକାଶ ପୂର୍ବରୁ ମୂଖ୍ୟ ଅଭିଯୁକ୍ତ ବସନ୍ତ ପଟେଲ ସହିତ ନାବାଳିକା ର ପ୍ରେମ ସମ୍ପର୍କ ଥିଲା । ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଇପିଏ ରୁ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ (ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)