December 26, 2024
Home » ଅସମାନତାର ଭାରତ (ଓଡ଼ିଶା) ଲୋକାର୍ପିତ

ଅସମାନତାର ଭାରତ (ଓଡ଼ିଶା) ଲୋକାର୍ପିତ

0

ଭୁବନେଶ୍ୱର: ଓଡିଶାର ଜଣାଶୁଣା ସ୍ତମ୍ଭକାର, ସାମାଜିକ କର୍ମୀ ତଥା ସାହିତ୍ୟିକ ମାନସ ଜେନାଙ୍କ ରଚିତ ପ୍ରବନ୍ଧ ସଂକଳନ ” ଅସମାନତାର ଭାରତ (ଓଡ଼ିଶା) ରେଡକ୍ରସ ଭବନ ପ୍ରେକ୍ଷାଳୟରେ ଲୋକାର୍ପିତ ହୋଇ ଯାଇଛି। ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବରେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ଆଇ.ଏ.ଏସ ଡକ୍ଟର ଅରବିନ୍ଦ ବେହେରା, କଲ୍ୟାଣ ରାୟ , ପ୍ରଫେସର ବସନ୍ତ କୁମାର ମଲ୍ଲିକ , ସିପିଆଇ ର ରାଜ୍ୟ ସଂପାଦକ ଆଶିଷ କାନୁନଗୋ , ବିଶିଷ୍ଟ ସାମ୍ଵାଦିକ ରବି ଦାସ ,ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ପୁସ୍ତକର ପ୍ରକାଶକ ତଥା ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଂପାଦକ କବି ବସନ୍ତ ମାଝି ସ୍ବାଗତ ଭାଷଣ ରଖିଥିଲେ । ପ୍ରଫେସର ଧନେଶ୍ୱର ସାହୁ , କବି ବାସୁଦେବ ସୁନାନୀ, ସାମାଜିକ କର୍ମୀ , ମାନସ ମିଶ୍ର, ଅଭିରାମ ମଲ୍ଲିକ ପୁସ୍ତକର ସମୀକ୍ଷା କରିଥିଲେ । ଅତିଥି ଏବଂ ସମୀକ୍ଷକ ମାନେ ଉକ୍ତ ପୁସ୍ତକ ସାମାଜିକ ,ଅର୍ଥନୈତିକ ତଥା ରାଜନୈତିକ ଆନ୍ଦୋଳନ ପାଇଁ ଅତ୍ୟନ୍ତ ଉପାଦେୟ ପୁସ୍ତକ ବୋଲି କହିଥିଲେ।
କାର୍ଯ୍ୟକ୍ରମ ର ଦ୍ଵିତୀୟ ଅଧିବେଶନ ବହୁଜନ ସମାଜ ନେତା ମଧୁସୂଦନ ଯାଦବଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇ ବକ୍ତା ମାନେ ଅସମାନତାର ବିଭିନ୍ନ ତଥ୍ୟ ଓ ତାତ୍ତ୍ଵିକ ଦିଗ ବାବଦରେ ଅଭିଭାଷଣ ପ୍ରଦାନ କରିଥିଲେ। ସେମାନେ ହେଉଛନ୍ତି ଡକ୍ଟର ରମେଶଚନ୍ଦ୍ର ମଲ୍ଲିକ, ଡକ୍ଟର ନିବେଦିତା ଜେନା, ପ୍ରଫେସର ପଙ୍କଜ ନାୟକ , ପୂର୍ବତନ ପ୍ରଶାସକ ଶରତ ନାୟକ, ଦେବି ରାୟ,ଚାନ୍ଦ୍ରୟ ହଂସ୍ତା,ପ୍ରମୁଖ ପୁସ୍ତକର ସମୀକ୍ଷା କରିଥିଲେ । କରିବା ସହିତ ଏହି ପୁସ୍ତକ ସମାଜ ପାଇଁ କେତେ ଉପଯୋଗୀ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ରାଜନେତା ଓ ବୁଦ୍ଧିଜୀବୀ ସୁଧୀର ପଟ୍ଟନାୟକ , ବିକ୍ରମ ସ୍ୱାଇଁ, ରାଧାକାନ୍ତ ସେଠୀ, ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ସୁଦର୍ଶନ ଜେନା ଙ୍କ ସହ ଶତାଧିକ ବୁଦ୍ଧିଜୀବୀ ଏଥିରେ ଯୋଗ ଦେଇଥିଲେ । ଲେଖକ ମାନସ ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।

estern press agency

Leave a Reply

Your email address will not be published. Required fields are marked *