ଅସହାୟ ଙ୍କ ସାହାରା ସାଜିଛି ବ୍ୟାସ ଫାଉଣ୍ଡେସନ

ଅବହେଳିତ ବୃଦ୍ଧ ଦମ୍ପତି ଙ୍କୁ ନ୍ୟାୟ ପ୍ରଦାନରେ ସହାୟତା
ପାରାଦୀପ/ଜଗତସିଂହପୁର – ସମ୍ପ୍ରତି ସମାଜରେ ବୃଦ୍ଧ ବାପା ମା ଙ୍କୁ ପୁଅ ବୋହୁ ମାନେ ଅତ୍ୟାଚାର ଓ ଘରୁ ବାହାର କରି ଦେଉଥିବାର ବହୁ ନଜିର ରହିଛି l ତେବେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଯଶୋବନ୍ତପୁର ଅଞ୍ଚଳ ର ପ୍ରଫୁଲ୍ଲ ମହାପାତ୍ର (୭୨) ଓ ପ୍ରମିଳା ମହାପାତ୍ର (୭୦) ପିଲାମାନଙ୍କ ଦ୍ଵାରା ନିର୍ଯ୍ୟାତିତ ଓ ଅବହେଳିତ ହୋଇ ନିଜ ଘର ଛାଡି ଅନ୍ୟତ୍ର ଏକ ଭଡା ଘରେ ରହିଆସୁଛନ୍ତି। ପରିଣତ ବୟସରେ ଯେଉଁଠି ପିଲାମାନେ ବାପା ମା ଙ୍କର ସାହାରା ବନିବା କଥା ସେଠି ପୁଅ ବୋହୁ ତାଙ୍କର ବିବାହ ବିଚ୍ଛେଦ କୁ ନେଇ ବ୍ୟସ୍ତ ରହି ବାପା ମା ଙ୍କୁ ଦୀର୍ଘଦୀନ ଧରି ଅଣଦେଖା କରିଆସୁଛନ୍ତି। ଏ ସମ୍ପର୍କ ରେ ବୃଦ୍ଧ ଦମ୍ପତି ବ୍ୟାସ ଫାଉଣ୍ଡେସନ ର ଅଧକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସହିତ ଯୋଗାଯୋଗ କରିବା ସହ ଅନ୍ତିମ ଜୀବନ ଶାନ୍ତିରେ କଟାଇବା ପାଇଁ ଅନୁରୋଧ କରିଥିଲେ। ପରେ ଶ୍ରୀମତୀ ଅଚର୍ଯ୍ୟ ଓ ଉପସଭାନେତ୍ରୀ ରଶ୍ମିତା ନାୟକ ପ୍ରମୁଖ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରିଣୀ ନିଶ୍ଚିମୁକ୍ତା ପଟନାୟକ ଙ୍କୁ ବୃଦ୍ଧ ଦମ୍ପତି ଙ୍କୁ ନ୍ୟାୟ ପ୍ରଦାନ କରାଇବା ପାଇଁ ଏ ସମ୍ପର୍କରେ ଅବଗତ କରାଇଥିଲେ। ସୋମବାର ଦିନ ଉପଜିଲ୍ଲାପାଳ ଙ୍କ କୋର୍ଟ ରେ ଉଭୟ ପକ୍ଷ ଙ୍କୁ ଡକାଇ ସମସ୍ତ କଥାକୁ ବିଚାର ବିମର୍ଶ କରି ବୃଦ୍ଧ ଦମ୍ପତି ଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦେବା ସହ ପୁଅ ବୋହୁ ଙ୍କୁ ଭଡା ଘରେ ରହିବା ପାଇଁ ନିର୍ଦେଶ ଦେଇଥିଲେ। ଏବଂ ପୁଅ ବୋହୁଙ୍କର ବିବାହ ବିଛେଦ ସମସ୍ୟା ର ସମାଧାନ ନ ହେବା ପର୍ଯ୍ୟନ୍ତ ପୁଅ ପ୍ରତେକ ମାସରେ ନିଜ ସ୍ତ୍ରୀ କୁ ଘର ଭଡା ଦେବା ସହ ଭରଣପୋଷଣ ଦେବା ପାଇଁ କହିଥିଲେ। ଉପଜିଲ୍ଲାପାଳ ଏବଂ ବ୍ୟାସ ଫାଉଣ୍ଡେସନ ର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏହି ଭଳି ସହୃଦୟତା ଓ ପଦେକ୍ଷେପ ସେମାଙ୍କର ଆଶା ବାଡ଼ି ସଦୃଶ ହେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଅଛି।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ