February 10, 2026
Home » ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ପିଜି ଛାତ୍ରଛାତ୍ରୀମାନଙ୍କ ପାଇଁ ବେସିକ୍ ଲାଇଫ୍ ସପୋର୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ପିଜି ଛାତ୍ରଛାତ୍ରୀମାନଙ୍କ ପାଇଁ ବେସିକ୍ ଲାଇଫ୍ ସପୋର୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0
IAP BLS

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଇଣ୍ଡିଆନ୍ ଆକାଡେମି ଅଫ୍ ପେଡିଆଟ୍ରିକ୍ସ (ଆଇଏପି) ଦ୍ୱାରା ପୋଷ୍ଟ-ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କ ପାଇଁ “ବେସିକ୍ ଲାଇଫ୍ ସପୋର୍ଟ” (ବିଏଲ୍‌ସି) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ, ଯେଉଁଥିରେ ଡାକ୍ତରମାନେ ଜୀବନ ରକ୍ଷା ବିଷୟରେ ଅତି ଜରୁରୀ କୌଶଳ ଶିକ୍ଷା ଗ୍ରହଣ କରିପାରିବେ।
ଏହି କାର୍ଯ୍ୟକ୍ରମରେ ଡାକ୍ତର ସମରେନ୍ଦ୍ର ମହାପାତ୍ର, ଡାକ୍ତର ମୃତ୍ୟୁଞ୍ଜୟ ଦାଶ, ଡାକ୍ତର ପ୍ରଶାନ୍ତ ସାବତ, ଡାକ୍ତର ଚନ୍ଦ୍ରଶେଖର ପାତ୍ର, ଡାକ୍ତର ସ୍ନେହମୟୀ ନାୟକ, ଡାକ୍ତର ଇଷା ପଣ୍ଡା, ଡାକ୍ତର ରୋଜାଲିନ୍ ରାଉତ ଏବଂ ଡାକ୍ତର ନାରାୟଣ ସନ୍ତୁକା ଯୋଗ ଦେଇଥିଲେ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ହସ୍ପିଟାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଜୋର ଦେଇଥିଲେ।
ଆଇଏପି ଓଡିଶା ଅଧ୍ୟକ୍ଷା ଡାକ୍ତର ଲୀନା ଦାଶ ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳ ଭାବେ ଅନୁଷ୍ଠିତ ହେବା ନେଇ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *