July 5, 2025
Home » ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାର ରେ ଅପାତକାଳୀନ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କୌଶଳ

ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାର ରେ ଅପାତକାଳୀନ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କୌଶଳ

0
WhatsApp Image 2025-07-04 at 9.55.06 PM

ପାରାଦୀପ – ଭାରତୀୟ ତୈଳ ନିଗମ ଲିଃ (ଆଇଓସିଏଲ) ପାରାଦୀପ ତୈଳ ବିଶୋଧନାଗାର ରେ ଏକ ଦ୍ଵିତୀୟ ପର୍ଯ୍ୟାୟ ଅପାତକାଳୀନ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କୌଶଳବା ମକ ଡ୍ରିଲ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି l ତୈଳ ବିଶୋଧନାଗାର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ପ୍ରସ୍ତୁତି ଯାଞ୍ଚ ପାଇଁ ଏହି ମକ ଡ୍ରିଲ ଉଦ୍ଦିଷ୍ଟ l ପାରାଦୀପ ତୈଳ ବିଶୋଧନାଗାର ର ଅନୁରମାଦିତ ଏମର୍ଜେନ୍ସି ରେସପନ୍ସ ଆଣ୍ଡ୍ ଡିଜାଷ୍ଟର୍ ମ୍ୟାନେଜମେଣ୍ଟ ପ୍ଲାନ (ଇଆରଡିଏମପି) ଦ୍ୱାରା ପରିଚାଳିତ ଏହି ଅଭ୍ୟାସ କୌଶଳ ରେ ମିଉଚୁଆଲ ଏଡ଼ ସଂସ୍ଥାର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ । ପାରାଦୀପ ରିଫାଇନେରୀର ଏସଏଆରୟୁ ୟୁନିଟରେ ଗାସ୍କେଟ ଫାଟିଯିବା ଯୋଗୁଁ ଯଦି ଏଚ୨ଏସ ଲିକେଜ୍ ହୁଏ, ତାହାକୁ ସଫଳତାର ସହିତ କିପରି ମୁକାବିଲା କରାଯିବ ସେହି ବିଷୟବସ୍ତୁ ଉପରେ ମକଡ୍ରିଲ୍ ଟି ଆଧାରିତ ଥିଲା । ଏଥିରେ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରୋଟୋକଲ୍ ଅନୁଯାୟୀ ନିଆଯାଇଥିବା ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପଦକ୍ଷେପ ଗୁଡିକ ସଠିକ୍ ଭାବରେ ସମନ୍ଵିତ ହୋଇଥିଲା ଏବଂ ଏହାକୁ ସମସ୍ତ କର୍ତ୍ତୃପକ୍ଷ ପ୍ରଶଂସା କରିଥିଲେ । ଏହି ଡ୍ରିଲ୍ ପରେ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ମୁଖ୍ୟ କୌଶିକ ବସୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *