August 27, 2025
Home » ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-04-25 at 5.04.46 PM

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୨୪.୦୪.୨୦୨୫ ରିଖ ଶୁକ୍ରୁବାର ସମୟ ଘ.୧୦.୦୦ମି ସମୟ ରେ ସ୍ଥାନୀୟ ବାରିଝୋଲା ୟୁ.ପି ସ୍କୁଲ ପରିସରରେ ଅନୁସୂଚିତ ଜାତିର ଲୋକ ମାନଙ୍କ ପାଇ ଥିବା ଆଟ୍ରୋସିଟି ଆକ୍ଟ ସହିତ ପୋସ ଆକ୍ଟ ଉପରେ ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଆଇନଜୀବି ସାମୁଏଲ ତାଣ୍ଡି, ଦେବରାଜ ନାୟକ, ବାରିଝୋଲା ଗ୍ରାମର ସରପଞ୍ଛ, ନାଏବ ସରପଞ୍ଛ ଓ ଗ୍ରାମର ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ I

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଅନୁସୂଚିତ ଜାତି ର ଲୋକ ମାନଙ୍କ ପାଇ ଥିବା ଆଟ୍ରୋସିଟି ଆକ୍ଟ ସହିତ ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଅନ୍ଧବିଶ୍ୱାସ ଏହା ସହିତ ବିଭିନ୍ନ ପ୍ରକାର ଆଇନ ଉପରେ ବିସୃତ ଭାବରେ ଅଂଶଗ୍ରହଣକାରୀ ମାନଙ୍କୁ ବୁଝାଇଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜର ବକ୍ତବ୍ୟରେ ମହିଳା ମାନେ କର୍ମକ୍ଷେତ୍ରରେ ଯୌନନିର୍ଯ୍ୟାତନର ସୀକାର ହେଉଛନ୍ତି ତାକୁ କିପରି ପ୍ରତିରୋଧ କରିବା ଓ କିପରି ଯୌନ ନିର୍ଯ୍ୟାତନା ସୀକାର ନହୁଅନ୍ତି ସେଥିପାଇ ସେମାନେ କମ୍ପ୍ଲେନ କମିଟିର ସହଯୋଗ ନେବାକଥା ସେ ବିଷୟରେ ବିସୃତ ଭାବରେ ଅଶଗ୍ରହଣକାରୀମାନଙ୍କୁ ବୁଝାଇଥିଲେ I ପରିଶେଷରେ ବିଭିନ୍ନ ଅସୁବିଧା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଦ୍ୱାରସ୍ଥ ହେବା ପାଇ ସମସ୍ତ ଜନସାଧାରଣ ମାନଙ୍କୁ ବୁଝାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଜନସାଧାରଣ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I

Leave a Reply

Your email address will not be published. Required fields are marked *