July 6, 2025
Home » ଆଇନ ସଚେତନତା ଶିବିର ଅନୁଷ୍ଠିତ

ଆଇନ ସଚେତନତା ଶିବିର ଅନୁଷ୍ଠିତ

0
WhatsApp Image 2025-04-19 at 5.11.05 PM

ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୂଲ୍ୟରେ ଆଜି ଶ୍ରୀ ପ୍ରଦିପ କୁମାର ମହନ୍ତ ଜିଲ୍ଲାଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ତତ୍ତ୍ୱବଦାନରେ ଏକାମ୍ବା ଗ୍ରାମରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚ଼ାରପତି ଶ୍ରୀ ସୁମନ ଜେନା ଯୋଗଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରୁ ଡେପୁଟି ଲିଗାଲ ଏଡ୍ ଡିଫେନ୍ସ କାଉନସେଲ୍ ଶ୍ରୀ ହରିଶ୍ଚନ୍ଦ୍ର ମୁଦୁଲି, ସମ୍ମୁଖ କାର୍ଯ୍ୟାଳୟ ରିଟେନର୍ ତଥା ଆଇନଜୀବୀ ଶ୍ରୀ ଦିବାକର ଗୈାଡ଼ ତା ସହିତ ଏକାମ୍ବା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତି ମତି ଗାଦବା ଯୋଗ ଦେଇଥିଲେ।

ସଚେତନତା ଶିବିରରେ ଯୋଗ ଦେଇଥିବା ଅତିଥି ବୣନ୍ଧ କହିଥିଲେ ଯେ ଏଫ. ଆଇ. ଆର୍, ଗିରଫଦାରି, ନୋଟିସ୍, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ବେଲ୍ ଅପିଲ ଇତ୍ୟାଦି ଶିବିରରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ଏହି ସବୁ ଅଧିକାର ଉପରେ ସଚେତନତା କରିଥିଲେ। ଆଜିର ଉକ୍ତ ଶିବିରଟିକୁ ପାରା ଲିଗାଲ ସ୍ବେଛାସେବୀ ଶ୍ରୀମତୀ ରେଣୁକା ମହାନ୍ତି ଏବଂ ଶ୍ରୀମତୀ ମୀନତି ମହାନ୍ତି ଆୟୋଜନ କରିଥିଲେ ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *