ଆଇନ ସଚେତନତା ଶିବିର
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣାଙ୍କ ନିଦ୍ଧେଶରେ ବିଶ୍ଵ ବାଳ ଶ୍ରମିକ ନିରୋଧ ଦିବସ ଉପଲକ୍ଷେ ଉତ୍କଳ ବାଳାଶ୍ରମ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହେବା ସହ NALSA JAGRITI SCHEME ର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି I ଆଜିର ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୁକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ପରିଚାଳନା କରିଥିଲେ । ଏହି କାର୍ଯକ୍ରମରେ ପ୍ରାକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ଶିଶୁ ମାନଙ୍କର ଯତ୍ନ, ଶିଶୁ ସୁରକ୍ଷା ଆଇନ ସମ୍ପର୍କରେ ତଥା ଶିଶୁ ମାନଙ୍କର ଅଧିକାର ସୁରକ୍ଷା, ଶିଶୁ ଯୌନ ନିର୍ଯାତନା ଏବଂ ଶିଶୁ ଶ୍ରମିକ ନିରାକରଣ ଆଇନ ସୁଚାରୁରୂପେ ପରିଚାଳନା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକ କିପରି ନିଷ୍ଠାପର ଭାବେ କାର୍ଯ କରିବା ଉଚିତ ଏବଂ ଏହା ସହିତ ଆଇନ ସେବା ପ୍ରାଧୁକରଣ ଅଧୁନିୟମ ୧୯୮୭ ରେ ଥିବା ବିଭିର୍ନ ବିଧବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧୁକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ସେହି ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରତେକ ବ୍ୟକ୍ତିଙ୍କୁ ସମସ୍ତ ପ୍ରକାରରେ ସାହାଯ୍ୟ କରିବା ତଥା ସେମାନଙ୍କୁ ସଚେତନତା ସୃଷ୍ଟି କରିବା ସହ ସରକାରୀ ଯୋଜନା ଗୁଡିକ ଉପରେ ଅବଗତ ହେବା ସହ ଲୋକଙ୍କୁ ସେହି ପ୍ରୋତ୍ସାହନମୂଳକ, ପ୍ରତିଷେଧକ, ଆରୋଗ୍ୟକାରୀ ଏବଂ ପୁନଃ ଥଇଥାନ ସ୍ବାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ଆଜିର ଏହି କାର୍ଯକ୍ରମ ର ମୁଖ୍ୟ ଉଦେଶ୍ୟ ।ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥ୍ ଭାବେ ଶିଶୁ ମଙ୍ଗଳ କମିଟିର ଅଧକ୍ଷ୍ୟ ମହାବୀର ରୁଦ୍ରନାରାୟଣ ସାହୁ, ଶିଶୁ ମଙ୍ଗଳ କମିଟିର ସଦସ୍ୟା, ଉତ୍କଳ ବାଳାଶ୍ରମର ପରିଚାଳକ ଶ୍ରୀଯୁକ୍ତ ସାରଙ୍ଗ ମହାପାତ୍ର ଉପସ୍ଥିତ ଥିଲେ । ଆଜିର ଏହି କାର୍ଯକ୍ରମରେ ଉପସ୍ଥିତ ଥିବା ଉତ୍କଳ ବାଳାଶ୍ରମର କର୍ମଚାରୀ ବୃନ୍ଦ ଓ ଛାତ୍ରଛାତ୍ରୀମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧୁକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
