ଆକାଶ ଜେନା ମୃତ୍ୟୁ ଘଟଣାରେ ଆଉ ୫ ଗିରଫ, ଖଣ୍ଡା ଓ ବାଇକ୍ ଜବତ
ପୋଲସରା :ପୋଲସରା ଥାନା ଅନ୍ତର୍ଗତ ବାଲିଘାଇ ଗ୍ରାମରେ ବରଯାତ୍ରୀ ପଟୁଆରରେ ଡିଜେ ଗୀତକୁ କେନ୍ଦ୍ରକରି ପାଟିତୁଣ୍ଡରୁ ବରର ସାନ ଭାଇ ଆକାଶ ଜେନାକୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସୋମବାର ଦିନ ପୋଲସରା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ସାମ୍ବାଦିକ ସମ୍ମିଳନୀ କରି ଆଉ ୫ ଜଣଙ୍କୁ ଗିରଫ କରାଯାଇଥିବା ପୁରୁଷୋତ୍ତମ ପୁର ଏସଡିପିଓ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।

ପୋଲସରାର ସୁଭମ କାଣ୍ଡି, ତୋଫାନ ନାୟକ, ତୋଫାନ ରାଉତ,ଅମର ପ୍ରଧାନ, ଧର୍ମରାଜ ସ୍ବାଇଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ୩ ଗୋଟି ଖଣ୍ଡା ଓ ପଲସର ବାଇକ୍ ଜବତ ହୋଇଛି।ଗତ ଶନିବାର ଦିନ ବାଲିଘାଇ ଗ୍ରାମରେ ବଡ ଭାଇର ବାହାଘର ଭୋଜିରେ ବରଯାତ୍ରୀ ପ୍ରୋସେସନରେ ଯାଉଥିବା ବେଳେ ଆକାଶ ଜେନା କୁ ଆକ୍ରମଣ ହୋଇଥିଲା ।ଯାହାକି ତାଙ୍କର ରବିବାର ଦିନ ମୃତ୍ୟୁ ଘଟିଥିଲା।
