ଆକ୍ସନ ମୋଡରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ
ଆକ୍ସନ ମୋଡରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ। ପୁରୀ ଜିଲ୍ଲାରେ ୭୨ ଜଣ ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀଙ୍କ ଏକମାସର ଦରମା ବନ୍ଦ। ଜାନୁଆରୀ ମାସ ର ଦରମା କୁ ବନ୍ଦ କରିଛନ୍ତି ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ। ଚିଠି ଜରିଆରେ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ। ବର୍ଷା ସମୟରେ ବଜ୍ରପାତ ହେଲେ ଛାତ୍ରଛାତ୍ରୀମାନେ ସେଥିରୁ କିଭଳି ସୁରକ୍ଷିତ ରହିପାରିବେ ଏବଂ ସାପ କାମୁଡିଲେ ତୁରନ୍ତ କିଭଳି ପ୍ରାଥମିକ ଚିକିତ୍ସା ହୋଇପାରିବ ସେନେଇ ଜିଲ୍ଲାର ସମସ୍ତ ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଅବଗତ କରିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ବଜ୍ରପାତ ସଚେତନ ପାଇଁ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ୨ ହଜାର ଟଙ୍କା ଏବଂ ସାପ କାମୁଡା ସଚେତନତା ଲାଗି ଜିଲ୍ଲାର ସମସ୍ତ ସ୍କୁଲକୁ ୨ ହଜାର ୫ ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ତେବେ ଏହି ସଚେତନତା କାର୍ଯ୍ୟକ୍ରମ ଖର୍ଚ୍ଚର ହିସାବ ନଦେଇପାରିବାରୁ ୭୨ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକମାସର ଦରମା ବନ୍ଦ ପାଇଁ ଚିଠି ହୋଇଛି। ବଜ୍ରପାତ ସଚେତନତା କାର୍ଯ୍ୟକ୍ରମର ହିସାବ ନଦେବାରୁ ୩୮ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ଏବଂ ସାପକାମୁଡା ଲାଗି ସଚେତନତା କାର୍ଯ୍ୟକ୍ରମର ହିସାବ ନଦେବାରୁ ୩୪ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି।ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ନିଜ ପ୍ରତିକ୍ରିୟାରେ କୁହନ୍ତି, ବଜ୍ରପାତ ଏବଂ ସାପ କାମୁଡ଼ା ରେ କିଭଳି ଜୀବନ ରକ୍ଷା କରିହେବ ସେ ନେଇ ସବୁ ସ୍କୁଲ ରେ ସଚେତନତା କାର୍ଯ୍ୟକ୍ରମ ପାଇଁ ଗତ ୨୦୨୫ ମେ , ଜୁନ୍ ମାସରେ ଅର୍ଥ ଦିଆଯାଇଥିଲା । ତେବେ ସରକାର ଙ୍କ ପ୍ରତି କାର୍ଯ୍ୟକ୍ରମ ରେ ଏକ ନିୟମ ରହିଛି। ତେବେ ସଚେତନତା କାର୍ଯ୍ୟକ୍ରମ ହୋଇଚି କି ନାହିଁ, ଟଙ୍କା ଖର୍ଚ୍ଚ ହୋଇଛି କି ନାହିଁ ସେ ନେଇ କେତେକ ଶିକ୍ଷକ ଶିକ୍ଷୟିତ୍ରୀ କୌଣସି ତଥ୍ୟ ଦେଇ ନାହାନ୍ତି । ଏଣୁ ଜାନୁଆରୀ ମାସ ର ଦରମା କୁ ବନ୍ଦ ରଖାଯାଇଛି । ସେମାନେ ତଥ୍ୟ ପ୍ରଦାନ କରିବା ପରେ ଦରମା ପ୍ରଦାନ କରାଯିବ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
