ଆଗ୍ନିକ ଦୁର୍ବିପାକରୁ ନିଜକୁ କିପରି ସୁରକ୍ଷିତ ରଖିବା ଏକ ସଚେତନତା କାର୍ଯ୍ୟକ୍ରମ

ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ସଙ୍ଗମ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଆଇନ ସେବା ପ୍ରାଧିକରଣର ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବହାର ଓ ଆଗ୍ନିକ ଦୁର୍ବିପାକରୁ ନିଜକୁ କିପରି ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ କଟକ, ବିଡାନାସୀ ଦମକଳ ବାହୀନୀର ଆଗ୍ନିକ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ବିଭିନ୍ନ ଅଗ୍ନିନିର୍ବାପକ ଯନ୍ତ୍ରର ପରୀକ୍ଷଣ ଏବଂ ପ୍ରତୀକାତ୍ମକ ଅଭ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରି ରାଜ୍ୟ ଆଇନ ସେବା ପ୍ରାଧିକରଣର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅଗ୍ନି ଦୁର୍ବିପାକରୁ ନିଜକୁ ସୁରକ୍ଷିତ କରିବା ସହିତ ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରାଇଥିଲେ ।
ଉକ୍ତ ସଚେତନତା/ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ,ଉପ ସଚିବ, ସହ ସଚିବ ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )