ଆଜି ଠୁ ଜନସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅହୋରାତ୍ର ଗଣଧାରଣା
ଭୁବନେଶ୍ୱର: ଆସନ୍ତା କାଲି ୨୦ ତାରିଖ ଠାରୁ ଶ୍ରୀକ୍ଷେତ୍ର ଜନସ୍ୱାସ୍ଥ୍ୟ ଶ୍ରମିକ କର୍ମଚାରୀ ସଂଘ ଓଡିଶା ପକ୍ଷରୁ ଅହୋରାତ୍ର ଗଣଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କରାଯିବାକୁ ଘୋଷଣା କରାଯାଇଛି। ଗତ ୧୯୯୩ ଏପ୍ରିଲ ୧୨ ତାରିଖ ପରେ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ଏହି ଅହୋରାତ୍ର ଗଣଧାରଣା ଦିଆଯିବ। ଆସନ୍ତାକାଲି ଦିନ ୧୦ ଟାରେ ଜନସ୍ୱାସ୍ଥ୍ୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଭୁବନେଶ୍ୱର କାର୍ଯ୍ୟାଳୟ ଆଗରେ ଏହି ଆନ୍ଦୋଳନ କରାଯିବାକୁ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ସଂଘ ସହ ବିଭାଗୀୟ ମନ୍ତ୍ରୀ ଓ ସଚିବ ଆଲୋଚନା କରିବା ପାଇଁ ବାରମ୍ବାର ପ୍ରତିଶୃତି ଦେଇଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ। ଫଳରେ ଏହି ଅସ୍ଥାୟୀ କର୍ମଚାରୀଙ୍କ ଚାକିରୀ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ସଂଗଠନର ଅଧ୍ୟକ୍ଷ ତଥା ବିଶିଷ୍ଟ ଜନନେତା ଜଗନ୍ନାଥ ପ୍ରଧାନ, ଉପଦେଷ୍ଟା କାଳିପ୍ରସାଦ ମିଶ୍ର, ସଭାପତି ସୁବାଷ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ମାନସ ରଂଜନ ମହାନ୍ତି, ଉପସଭାପତି ପୂର୍ଣ୍ଣଚନ୍ଦ୍ର ଦିକ୍ଷୀତ, ସହ ସମ୍ପାଦକ ବିଜୟ ମଲ୍ଲିକ, କୋଷାଧ୍ୟକ୍ଷ ପ୍ରିୟରଂଜନ ମହାନ୍ତି, କାର୍ଯ୍ୟକାରୀ କମିଟି ସଦସ୍ୟ ବିଭୁ ପ୍ରସାଦ ମିଶ୍ର, ସଚିକାନ୍ତ ମହାନ୍ତି, ଅକ୍ଷୟ ରାଉତ, ଆନନ୍ଦ ହାତୀ ଓ ପ୍ରକାଶ କୁମାର ବେହେରା ପ୍ରମୁଖ ସମସ୍ତ ଅସ୍ଥାୟୀ କର୍ମଚାରୀମାନେ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ପ୍ରକାଶ କରିଛ୍ନ୍ତି। ତୁରନ୍ତ ରାଜ୍ୟ ସରକାର ସହୃଦୟତାର ସହ ଏମାନଙ୍କ ଦାବୀକୁ ପୂରଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି। ନଚେତ ଜଳଯୋଗାଣ ପରି ଅତ୍ୟାବଶ୍ୟକ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି।
