ଆଜି ବିଶ୍ୱ ପରିବେଶ ଦିବସ । ପରିବେଶ ପ୍ରେମୀ ଶୟଦ ଅଲିବୁଲ ଇସଲାମ

ସୁବର୍ଣ୍ଣପୁର:ଜୁନ 5 ତାରିଖ ବିଶ୍ୱ ପରିବେଶ ଦିବସ l ମଣିଷ ଓ ଜୀବଜଗତ ତିଷ୍ଠି ରହିବା ପାଇଁ ପରିବେଶ ଓ ପ୍ରକୃତି ଲୋଡ଼ା। କିନ୍ତୁ ପରିବେଶ ଉପରେ ମଣିଷ ଦାଉ ସାଧୁଛି। ଏହା ନିଜ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ପରିବେଶକୁ ବ୍ୟବହାର କରିବାରେ ଲାଗିଛି। ଏପରିକି ମଣିଷର କିଛି କାର୍ଯ୍ୟ ପାଇଁ ଜୈବ ବିବିଧତା ନଷ୍ଟ ହେବାରେ ଲାଗିଛି। ପ୍ରାକୃତିକ ସମ୍ବଳର ଦ୍ରୁତ ଅବକ୍ଷୟ ଘଟି ସମୁଦାୟ ପରିବେଶ ବ୍ୟବସ୍ଥା ପ୍ରଭାବିତ ହେଉଛି। ତେବେ ଆଗାମୀ ପୀଢି ପାଇଁ ପ୍ରତ୍ୟେକ ମନୁଷ୍ୟ ଗଛଟିଏ ଲଗାଇବା ନିହାତି ଆବଶ୍ୟକ ହୋଇପଡିଛି l ଏହି ପରିପ୍ରେକ୍ଷୀରେ ଆଜି ଆମେ ଏମିତି ଏକ ନିଆରା ମଣିଷ ବିଷୟ ରେ ଜାଣିବା ଯେ କି ପରିବେଶ, ପ୍ରକୃତି ଓ ବୃକ୍ଷ କୁ ଅତି ନିଜର ବୋଲି ଭାବନ୍ତି ।ଗଛ କୁ ଭଲ ପାଉଥିବା ଜଣେ ନିଆରା ମଣିଷ । ଆଜିର ଆଧୁନିକ ଯୁଗରେ ଗଛ ଅଲୋଡ଼ା, ବିକାଶ ନା ରେ ପ୍ରତି ଦିନ ହଜାର ହଜାର ଜଙ୍ଗଲ ଜମି ଧ୍ବଂସ ହେଉଛି ତ୍ କିଏ ପଇସା ଲୋଭରେ ତିଆରି କରୁଛି କଂକ୍ରିଟ l ଯେତେବେଳେ ଖରା ଦିନ ଆସେ ଶୀତଳ ଛାଇ ଟିକେ ଦରକାର ପଡେ l ଆଜି ଏମିତି ଏକ ନିଆରା ମଣିଷଙ୍କ କଥା ଆପଣଙ୍କୁ ଜଣାଇବୁ ଯାହାକି ଗଛ ଲଗାଇବାରେ ତାଙ୍କ ପିଲା ଦିନରୁ ରହିଛି ଅନାବିଳ ଦୁର୍ବଳତା l ପରିବେଶ ଓ ଗଛ କୁ ନିଜ ଜୀବନ ଠାରୁ ଭି ଅତି ଭଲ ପାଉଥିବା ଜଣେ ନିଆରା ମଣିଷ l ବୌଦ୍ଧ ଜିଲ୍ଲା ର ମନମୁଣ୍ଡା ଅନ୍ତର୍ଗତ ଶୟଦ୍ ଅଲିବୁଲ ଇସଲାମ । ଅଶି ରୁ ନବେ ଦଶକ ରେ ଅଲିବୁଲଙ୍କ ଜଣେ ଭଲ ବୁଲେଟ ମେକାନିକ ଭାବେ ଅଞ୍ଚଳ ରେ ଖୁବ୍ ନାମ ଥିଲା l ଛୋଟ ସମୟ ରେ ନିଜର ବାଡି ର ମଲ୍ଲି ଫୁଲ ଗଛ ତାଙ୍କୁ ବୃକ୍ଷ ପ୍ରତି ଅନାବିଳ ମମତା ସୃଷ୍ଟି କରିଥିଲା ।ବୟସ ତାଙ୍କର 70 ବର୍ଷ ମାତ୍ର ନିଜ ବାଡି ରେ ରଖିଛନ୍ତି 100ରୁ ଉର୍ଦ୍ଧ୍ୱ ଫଳ ଓ ଫୁଲ ଗଛ l ଯାଇ, ଯୁଇ, ଗୋଲାପ, ହେନା ଓ ମଲ୍ଲି ତା ସହିତ 10ରୁ ଉର୍ଦ୍ଧ୍ୱ ପ୍ରକାର ର ଆମ୍ବ, ପଣସ, ଜାମୁ କୋଳି, ପିଜୁଳି, କରମଙ୍ଗା, ସଫେଟା, ଲିଚି, ସୀତା ଆତ ଓ ବିଦେଶ ରେ ମିଳୁଥିବା ଜାମ୍ମ ରୋଲ ଅନ୍ୟତମ l ନିଜର ବହୁମୂଲ୍ୟ ସମୟ ରୁ ସକାଳ ସମୟ ନିଜ ବାଡି ବଗିଚା କୁ ଦେଇ ଖୁବ୍ ଆତ୍ମ ତୃପ୍ତି ଲାଭ କରିବା ସହିତ ଯୁବ ପୀଢ଼ି ଙ୍କୁ ଏହି ପରି ଶାରୀରିକ ପରିଶ୍ରମ କରି ମାନସିକ ଶାନ୍ତି ପାଇବା ପାଇଁ ମଧ୍ୟ ସହାୟକ ହେବ ବୋଲି ଅଲିବୁଲ୍ ଇସଲାମ କୁହନ୍ତି । ବୃକ୍ଷ ହିଁ ମଣିଷର ପ୍ରକୃତ ବନ୍ଧୁ ବୋଲି ସେ ହୃଦୟଙ୍ଗମ କରିଛନ୍ତି ।
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର