ଆଜିଠାରୁ ଅଳରାନାଥଙ୍କ ପୀଠରେ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ଲାଗିରହିଛି

ପୁରୀ.: ଗତକାଲି ଶ୍ରୀମନ୍ଦିରରେ ଶ୍ରୀ ଜୀଉ ମାନଙ୍କର ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିଲା, ଏହିସମୟରେ ମହାପ୍ରଭୁ ୧0୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ଅନବସର ପିଣ୍ଡିରେ ଅବସ୍ଥାପିତ ହେବାପରେ ଶ୍ରଦ୍ଧାଳୁ ଲୋକଙ୍କ ଠୁ ଦର୍ଶନ ବନ୍ଦ ହେଲେ। ଏହିସମୟରେ ମହାପ୍ରଭୁଙ୍କର ଭକ୍ତ ଚୈତନ୍ୟ ଦେବ ମହାପ୍ରଭୁଙ୍କର ଦର୍ଶନରୁ ବଞ୍ଚିତ ହୋଇ ଫେରିବା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଚୈତନ୍ୟ ଦେବଙ୍କୁ ସ୍ୱପ୍ନାଦେଶରେ ଏହି ସମୟରେ ବ୍ରହ୍ମଗିରି ସ୍ଥିତ ଅଲାର ନାଥ ମନ୍ଦିରରେ ତାଙ୍କୁ ଦର୍ଶନ କଲେ ବହୁ ପୂନ୍ୟ ଅର୍ଜନ କରିପାରିବୁ, ସେହିଦିନଠାରୁ ଅନବସର ସମୟରେ ଅଳରାନାଥଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି. ଅନବସର ସମୟରେ ଅଳରାନାଥଙ୍କୁ ଦର୍ଶନ କଲେ ବହୁ ପୂନ୍ୟ ମିଳିଥାଏ ବୋଲି ଶାସ୍ତ୍ରୀୟ ମତ ରହିଛି। ଆଜି ସକାଳୁ ଅଲାରନାଥ ଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ପ୍ରବଳ ଭିଡ଼ ଲାଗିରହିଥିଲା..। ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ପାନିଅ ଜଳ, ବିଦୂତ ଆଲୋକର ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା କରାଯାଇ ଥିଲା। ମନ୍ଦିର ନିକଟରେ ବିଭିର୍ଣ୍ଣ ସ୍ୱାତ୍ସା ସେବୀ ଅନୁଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥା ପକ୍ଷରୁ ଶିବିରମାନ ଖୋଲାଯାଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଟ କରାଯାଇ ଲମ୍ବା ଧାଡିରେ ଭକ୍ତ ମାନେ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ରଙ୍ଗବେରଙ୍ଗୀ ଆଲୋକ ମାଳରେ ସୁସଜିତ କରାଯାଇଥିଲା।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )