ଆଠ ଜଣ ରେଳ କର୍ମଚାରୀ ସମ୍ମାନିତ।
Kochi, Kerala, India -March 2, 2021 a train moving with electric support through the indian railway track
ଜଟଣୀ-ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ୮ ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ
ସୁରକ୍ଷିତ ଓ ସୁଚାରୁ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ନିଜର ନିଷ୍ଠା, ସଜାଗତା ଏବଂ ଅତୁଳନୀୟ ଯୋଗଦାନ ପାଇଁ ମଣ୍ଡଳର ୮ ଜଣ ରେଳ କର୍ମଚାରୀଙ୍କୁ ଖୋର୍ଦ୍ଧାରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରିଛନ୍ତି। ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି. କେ. ବେହେରା ଏବଂ ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଶ୍ରୀ ନମୋନାରାୟଣ ମିନା ଙ୍କ ସମେତ ମଣ୍ଡଳର ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ।
ସମ୍ମାନିତ କର୍ମଚାରୀମାନେ ହେଲେ— ନରାଜ ମାର୍ଥାପୁରର ଷ୍ଟେସନ୍ ମାଷ୍ଟର ଶ୍ରୀ ଶ୍ରୀଧର ସାହୁ, ଏବଂ ଟ୍ରାଫିକ୍ ପଏଣ୍ଟସମ୍ୟାନ୍-ଏ ଶ୍ରୀ ବୁଲବୁଲ ପରିଡ଼ା, ତାଳଚେର ସି ଆଣ୍ଡ ଡବ୍ଲ୍ୟୁ (C&W) ର ଟେକ୍ନିସିଆନ୍ ଗ୍ରେଡ୍-I ଶ୍ରୀ ଅଭିମନ୍ୟୁ କୁମାର, ଖୋର୍ଦ୍ଧା ରୋଡ୍ର ଲୋକୋ ପାଇଲଟ୍ ଶ୍ରୀ ପାଣ୍ଡବ ପରିଡ଼ା, ପୁରୀର ସିନିୟର ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଶ୍ରୀ ସନ୍ତୋଷ କୁମାର ମୁଦୁଲି, ପାରାଦୀପର ମାଲବାହୀ ଟ୍ରେନ୍ ଲୋକୋ ପାଇଲଟ୍ ଶ୍ରୀ ସୁଶାନ୍ତ କୁମାର ବେହେରା ଓ ଶ୍ରୀ ଅଶୋକ ନାୟକ ଏବଂ ବୁଢ଼ାପଙ୍କର ଟେକ୍ନିସିଆନ୍ ଗ୍ରେଡ୍-II, ଶ୍ରୀ ଦେବାଶିଷ ଦାସ।
ସମାରୋହରେ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରି ଶ୍ରୀ ଡି. ସୁନିଲ ପୁରସ୍କାରପ୍ରାପ୍ତ କର୍ମଚାରୀମାନଙ୍କର କର୍ତ୍ତବ୍ୟନିଷ୍ଠା, ସଜାଗତା ଓ ତତ୍ପରତାକୁ ପ୍ରଶଂସା କରିଥିଲେ। ସମ୍ଭାବ୍ୟ ସୁରକ୍ଷା ବିପଦକୁ ରୋକିବା ସହ ଟ୍ରେନ୍ଗୁଡ଼ିକର ସୁରକ୍ଷିତ ଓ ସୁଚାରୁ ଚଳାଚଳ ସୁନିଶ୍ଚିତ କରିବାରେ ସେମାନଙ୍କର ତ୍ୱରିତ ପଦକ୍ଷେପ ଓ ସଚେତନତାକୁ ସେ ପ୍ରଶଂସା କରିଥିଲେ।
ସମସ୍ତ ରେଳ କର୍ମଚାରୀଙ୍କୁ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ସହ ନିଜ କର୍ତ୍ତବ୍ୟ ପ୍ରତି ସର୍ବଦା ସଜାଗ ଓ ପ୍ରତିବଦ୍ଧ ରହିବାକୁ ସେ ଆହ୍ୱାନ ଦେଇଥିଲେ।
ସୁରକ୍ଷା ପ୍ରତି ଅସାଧାରଣ ନିଷ୍ଠା ପ୍ରଦର୍ଶନ କରୁଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ୍ ସଦା ସର୍ବଦା ପ୍ରତିବଦ୍ଧ ।
ଏହା ସୁରକ୍ଷିତ, ନିରାପଦ ଏବଂ କାର୍ଯ୍ୟକ୍ଷମ ରେଳ ଚଳାଚଳ ଉପରେ ଭାରତୀୟ ରେଳବାଇର ଅବିଚଳ ଧ୍ୟାନକୁ ଆହୁରି ସୁଦୃଢ଼ କରିଥାଏ।
