ଆଡପମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିକୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ.: ଘୋଷଯାତ୍ରାରେ ଚତୁର୍ଦ୍ଧା ମୂର୍ତ୍ତି ତତ୍ନ ବେଦି ଛାଡି ଜନ୍ମ ବେଦୀକୁ ଆସିଛନ୍ତି. ଗତକାଲି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ କୁ ବିଜେ କରାଯାଇଥିଲା. ଶ୍ରେଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜୀଉ ମାନଙ୍କର ବିଭିର୍ଣ୍ଣ ନୀତି କରାଯିବା ପରେ ବଡ଼ସିଂହାର ବେଶ କରାଯାଇଥିଲା. ଆଜି ସକାଳୁ ମଙ୍ଗଳା ଆଳତି ଓ ଅବକାଶ ନୀତି ପରେ ସର୍ବସାଧାରଣ ଦର୍ଶନ ହୋଇଥିଲା. ଶ୍ରଦ୍ଧାଳୁ ଭକ୍ତମାନେ ବାରିକେଟ ମଧ୍ୟରେ ଶୃଙ୍ଖଳିତ ଭାବେ ଲମ୍ବା ଧଡରେ ଯାଇ ଆଡ଼ପ ମଣ୍ଡପରେ ଶ୍ରୀ ଜୀଉ ମାନଙ୍କର ଦୁଲହବ ଦର୍ଶନ କରିଥିଲେ. ଗତକାଲି ଭୋରୁ ଅଘଟଣ ଘଟିବାପରେ ପୁଲିସ ପ୍ରଶାସନ ସୁରକ୍ଷା କୁ କଡାକଡି କରିଦିଯାଇଥିଲା. ବାରିକେଟ ମଧ୍ୟରେ ଥିବା ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ପର୍ଯ୍ୟ୍ୟକ୍ରମେ ଭିତରକୁ ଚାଦଯାଉଥିଲା.
ଆଜି କୌଣସି ପ୍ରକାର ବିଶୃଙ୍ଖଳା ପାରିଲକ୍ଷିତ ହୋଇନଥିଲା. ଆଜି ଠାରୁ ମଧ୍ୟ ଆଡପ ମଣ୍ଡପ ଅଭଡ଼ା ଶ୍ରଦ୍ଧାଳୁ ମାନେ ପାଇଥିଲେ. ଆଡ଼ପ ମଣ୍ଡପ ଅଭଡ଼ା ପାଇବା ପାଇଁ ଗୋଟିଏ ବର୍ଷ ଆପେକ୍ଷ କରି ରହିଥାନ୍ତି. ବର୍ଷ ତମାମ ଶ୍ରୀମନ୍ଦିରରେ ଜଗନ୍ନାଥ ଙ୍କୁ ଦର୍ଶନ କଲେ ଯେତିକି ପୂନ୍ୟ ମିଳିଥାଏ ଆଡପ ମଣ୍ଡପ ରେ ଠାରେଦର୍ଶନ କଲେ କୋଟି ପୂନ୍ୟ ମିଳିଥାଏ ବୋଲି ଶାସ୍ତ୍ର ରେ ବିଦିତ ଅଛି. ସେହିପରି ଆଡପ ମଣ୍ଡପ ଅଭଡ଼ା ଟିକିଏ ପାଇଲେ ବହୁ ପୂନ୍ୟ ହୋଇଥାଏ ବୋଲି ପୂରଣରେ ବିଦିତ ଅଛି. ଶରଧା ବଳିତେ ଗତ କାଲିଠାରୁ ଜନ ଗହଳି ବୃଦ୍ଧି ପାଇଛି. ବିଭିର୍ଣ୍ଣ ଷ୍ଟଲ ମାନ ଖୋଲିବା ସହ ବିଭିର୍ଣ୍ଣ ପ୍ରକାର ପସରା ଖୋଲିଯାଇଛି. ପୁରୀ ଜିଲ୍ଲା ରେଡ଼କ୍ରସ ଓ ଅନ୍ୟାନ୍ୟ ସେଆଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ସେବା ଯୋଗାଇ ଦେଉଥିବା ଦେଖିବାକୁ ମିଳିଥିଲା. ଉତ୍ତାପରୁ ରକ୍ଷା କରିବା ପାଇଁ ଅଗ୍ନିଶମ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ଉପରେ ଜଳ ଛିଞ୍ଚଳ କରାଯାଇଥିଲା. ଅଘଟଣ ଘଟିବା ପରେ ଜିଲ୍ଲା ପ୍ରଶାସନ ପୁଲିସ ପ୍ରଶାସନ ସଜାଗ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ବହୁ ପଦସ୍ଥ ଅଧିକାରୀ ଏଠାରେ ଡେରାପକେଇ ରହିଥିବା ଦେଖାଯାଏ
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ