December 3, 2025
Home » ଆଦର୍ଶ ଥାନା ଫୁଲବାଣୀ ରେ ସୋସିଆଲ ମିଡ଼ିଆ ବିରୋଧ ରେ କଂଗ୍ରେସ ପକ୍ଷରୁ ଏତଲା , ଗିରଫ ଦାବି।

ଆଦର୍ଶ ଥାନା ଫୁଲବାଣୀ ରେ ସୋସିଆଲ ମିଡ଼ିଆ ବିରୋଧ ରେ କଂଗ୍ରେସ ପକ୍ଷରୁ ଏତଲା , ଗିରଫ ଦାବି।

0
WhatsApp Image 2025-10-27 at 2.15.14 PM (1)

 

କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ରେ ରାଜ୍ୟର ଏକ ନିର୍ଦ୍ଧିଷ୍ଟ ୱେବ ପୋର୍ଟାଲ ରେ କଂଗ୍ରେସ ଦଳରୁ ରାଜ୍ୟ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ବିରୋଧରେ ବିଭିନ୍ନ ପ୍ରକାର ର ଆପତ୍ତିଜନକ ଖବର ଓ ବିଭ୍ରାନ୍ତିକର ଖବର ପ୍ରସାରଣ କରିଥିବା ନିର୍ଦିଷ୍ଟ ୱେବ ପୋର୍ଟାଲ , ସୋସିଆଲ ମିଡ଼ିଆ ରେ ଖବର ପ୍ରକାଶିତ ପରେ କଂଗ୍ରେସ ଦଳରୁ ରାଜ୍ୟ ବ୍ୟାପୀ ହରତାଳ ଓ ଥାନାରେ ଏତଲା ନେଇ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଆଦର୍ଶ ଥାନା ଜରିଆରେ ଫୁଲବାଣୀ ସାଇବର ଥାନାରେ ଏତଲା ଦେବା ସହ ଗିରଫ ଦାବି କରିଥିଲେ।

କଂଗ୍ରେସ ଦଳର ଅଭିଯୋଗ ଯେ ଏକ ନିର୍ଦ୍ଧିଷ୍ଟ ୱେବ ପୋର୍ଟାଲ ରେ ଗତ ୧୫ ତାରିଖରୁ ରାଜ୍ୟ କଂଗ୍ରେସ କମିଟି ପି ସି ସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ଓ ତାଙ୍କର ପୁତ୍ର ତଥା ବିଧାୟକ ଶ୍ରୀଯୁକ୍ତ ସାଗର ଦାସଙ୍କ ବିରୋଧରେ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ଓ ଆପତ୍ତିଜନକ ଖବର ପ୍ରସାରଣ କରୁଥିବା ବାରଂବାର ଖବର ପ୍ରସାରଣ ରେ ଶ୍ରୀ ଦାସଙ୍କ ବିରୋଧରେ କାହାଣୀକପୋଳକଳ୍ପିତ ତଥ୍ୟ ଦଲାଲ ବୋଲି ଅଭିହିତ ତଥା ବିଭିନ୍ନ ପ୍ରକାର ଲୋକଲଜ୍ୟା ତଥ୍ୟ ଉପସ୍ଥାପନ କରାଯାଇଛି। ଏଭଳି ଅର୍ଥନୈତିକ ଓ ଅଜଥା ଖବର ପ୍ରସାରଣ ରାଜ୍ୟ କଂଗ୍ରେସ କମିଟି ପି ସି ସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ରାଜନୈତିକ କ୍ୟାରିଅର, ସମ୍ମାନରେ ଆଞ୍ଚ ଆସିଛି। ତେଣୁ ଏହି ନିର୍ଦିଷ୍ଟ ୱେବ ପୋର୍ଟାଲ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦୃଢ଼ ଦାବି କରାଯାଇଛି।

କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଚନ୍ଦ୍ର ଶେଖର ପରିଡ଼ା ଙ୍କ ନେତୃତ୍ବରେ କନ୍ଧମାଳ ଜିଲ୍ଲା ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ପି ସି ସି ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, କନ୍ଧମାଳ ଜିଲ୍ଲା ର ପୂର୍ବତନ କଂଗ୍ରେସ ସାଂସଦ ଶ୍ରୀଯୁକ୍ତ ରାଧାକାନ୍ତ ଦିଗାଲ, ବରିଷ୍ଠ କଂଗ୍ରେସ ନେତା ହେମନ୍ତ କର, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ପ୍ରଭାତ ବେହେରା, ପୂର୍ବତନ କାଉନସିଲର ଶ୍ରୀ କର୍ଣ୍ଣ ବେହେରା, ବିପ୍ରଚରଣ ବେହେରା, ପଞ୍ଚାନନ ମୂଖି, ପୂର୍ବତନ କଂଗ୍ରେସ ସମିତି ସଭ୍ୟ ଶ୍ରୀ ରାଜିବ ଲୋଚନ ସାହାଣୀ, ଦୁର୍ଯ୍ୟଧନ ପଟ୍ଟନାୟକ,ରଜତ ମହାନ୍ତି, ନନ୍ଦ କିଶୋର ଦାସ, ବସନ୍ତ କୁମାର ପାଢ଼ୀ, ସଂସାର ଭୋଇ,ସଞ୍ଚୟ କହଁର, ଅନୁପମ କହଁର, ସମେତ ଶତାଧିକ ମହିଳା ଓ ପୁରୁଷ କର୍ମୀମାନେ ବିଶାଳ ଶୋଭାଯାତ୍ରା ରେ ଯାଇ ଆଦର୍ଶ ଥାନା ଫୁଲବାଣୀ ଟାଉନ ଅଧିକାରୀ ଶ୍ରୀ ପି ସ୍ବରୂପ କମିଶନଙ୍କୁ ଏତଲା ପ୍ରଦାନ କରାଯାଇଥିଲା।

 

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *