October 23, 2025
Home » ଆଦର୍ଶ ଶିକ୍ଷକ ବଟକୃଷ୍ଣ ବେହେରା ଜଗନ୍ନାଥ ସେବା ସମିତି ଦ୍ବାରା ସମ୍ବର୍ଦ୍ଧିତ।

ଆଦର୍ଶ ଶିକ୍ଷକ ବଟକୃଷ୍ଣ ବେହେରା ଜଗନ୍ନାଥ ସେବା ସମିତି ଦ୍ବାରା ସମ୍ବର୍ଦ୍ଧିତ।

0
WhatsApp Image 2025-09-29 at 12.52.46 PM (1)

ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବା ଆଦର୍ଶ ଶିକ୍ଷକ ବଟକୃଷ୍ଣ ବେହେରାଙ୍କୁ ଆଜି ଜଗନ୍ନାଥ ସେବା ସମିତି ପକ୍ଷରୁ ସମ୍ବର୍ଦ୍ଧିତଦୁଇ ଦୁଇ ଥର ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବା ଆଦର୍ଶ ଶିକ୍ଷକ ବଟକୃଷ୍ଣ ବେହେରାଙ୍କୁ ଆଜି ଜଗନ୍ନାଥ ସେବା ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରଯାଇଛି। ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଧର୍ମଗଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଘନଶ୍ୟାମ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ କେମିଷ୍ଟ୍ରି ଏଣ୍ଡ ଡ୍ରଗୀଷ୍ଟ ସଂଘର ଜିଲ୍ଲା ସଂପାଦକ ଆଚାର୍ଯ୍ୟ ହୃଷୀକେଶ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ ଯେ, ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ୨୦୨୪ ଓ ୨୦୨୫ ବର୍ଷ ପାଇଁ କ୍ରମାଗତ ଭାବେ ଦୁଇ ଥର ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି।ଧର୍ମଗଡ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଶିକ୍ଷକ ଜଣେ ଆଦର୍ଶ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବରେ ବେଶ ପରିଚିତ ଥିଲେ। ଚାକିରି ରୁ ଅବସର ଗ୍ରହଣ ନେବା ପରେ ମଧ୍ଯ ସେ ପ୍ରତିଦିନ ଏବେବି ନିଜ ଗ୍ରାମ ବଗାଡ ସ୍କୁଲକୁ ଯାଇ ଶିକ୍ଷାଦାନ କରିବା ସହ ଓ ଛାତ୍ର ଛାତ୍ରୀ ମାନଙ୍କ ଘରକୁ ମଧ୍ଯ ଯାଇ ସେମାନଙ୍କର ପାଠ ପଢା ତଦାରଖ କରି ବେଶ ପ୍ରଶଂସିତ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *