July 27, 2025
Home » ଆଦର୍ଶ ଶିକ୍ଷକଙ୍କ ଅବସର ଗ୍ରହଣ

ଆଦର୍ଶ ଶିକ୍ଷକଙ୍କ ଅବସର ଗ୍ରହଣ

0
WhatsApp Image 2025-06-22 at 5.59.56 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଜାମପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ଶଙ୍କର ସାହୁ ଅବସର ଗ୍ରହଣ କରି ସାରିଛନ୍ତି । ତାଙ୍କୁ ସରଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଇ ଉପଲକ୍ଷେ ଆୟୋଜିତ ସଭାରେ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦ ସଭାପତିତ୍ୱ କରିଥିବା ବେଳେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶୁଭ୍ରକାନ୍ତୀ ଗୁରୁ ସଂଯୋଜନା କରିଥିଲେ | ଏହା ସହିତ ଏହି କ୍ଲଷ୍ଟର ଅନ୍ତର୍ଗତ ବାଙ୍କବିଜା ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେଇଥିବା ଶିକ୍ଷକ ଠାକୁର ନାଏକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଏହି ଅବସରରରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀଯୁକ୍ତ ସାହୁ ଆଗାମୀ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କପାଇଁ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ l ପୁନଶ୍ଚ ସଭାପତି ଶ୍ରୀମତୀ ନନ୍ଦ ସରଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଧଉରାଖମନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ରାଣୀ ଲକ୍ଷ୍ମୀ ବାଇ ଆତ୍ମରକ୍ଷା ତାଲିମର ସାଧନ କର୍ମୀ ଭାବରେ ଯୋଗ ଦେଇ ଏହି ବାବଦକୁ ପାଇଥିବା ସମସ୍ତ ପ୍ରାପ୍ୟ ସହିତ ତିନି ଶହ ଟଙ୍କା ଲେଖାଏଁ ମିଶାଇ ମୋଟ ତିନି ହଜାର ଟଙ୍କା ଲେଖାଏଁ ଉଭୟ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରଧାପାଲି କ୍ଲଷ୍ଟରର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଶେଷରେ ସ୍ଥାନୀୟ ସିଆରସିସି ପ୍ରଶନ୍ନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *