November 12, 2025
Home » ଆଦର୍ଶ ସ୍କୁଲ ପରିଦର୍ଶନରେ ଆସି ନିର୍ମିତ ହଷ୍ଟେଲର ନିମ୍ନମାନର କାମ ଦେଖି ଅସନ୍ତୋଷ ପ୍ରକାଶ କଲେ ଜିଲ୍ଲାପାଳ l

ଆଦର୍ଶ ସ୍କୁଲ ପରିଦର୍ଶନରେ ଆସି ନିର୍ମିତ ହଷ୍ଟେଲର ନିମ୍ନମାନର କାମ ଦେଖି ଅସନ୍ତୋଷ ପ୍ରକାଶ କଲେ ଜିଲ୍ଲାପାଳ l

0
WhatsApp Image 2025-11-01 at 1.12.00 PM

 

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗସ୍ତରେ ଆସି ଜିଲ୍ଲାପାଳ ଡ. ନୃପରାଜ ସାହୁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଡ. ସାହୁ ସହର ଉପକଣ୍ଠରେ ଅବସ୍ଥିତ ତାରାପୁରଗଡ଼ରେ ଥିବା ବିନିକା ଆଦର୍ଶ ସ୍କୁଲକୁ ଯାଇ ପରିଦର୍ଶନ କରୁ କରୁ ତାଙ୍କ ନଜରରେ ପଡ଼ିଥିଲା ସେଠାରେ ନିର୍ମିତ ଓଡ଼ିଆ ଆଦର୍ଶ ସ୍କୁଲ ପରିସରରେ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ। ତେବେ ସେଠାରେ ଗତ ୨/୩ ବର୍ଷ ମଧ୍ୟରେ ନିର୍ମାଣ ହୋଇଥିବା ଛାତ୍ରୀ ନିବାସ ବୁଲି ଦେଖିବା ପରେ ତାର ନିମ୍ନମାନର କାମ ଦେଖି ଜିଲ୍ଲାପାଳ କ୍ଷୁବ୍ଧ ହୋଇଥିଲେ। ନିର୍ମାଣ ପରେ ପରେ ବିଭାଗକୁ କୋଠା ହସ୍ତାନ୍ତରିତ ନହେବା ପୂର୍ବରୁ ଛାତ୍ରୀ ନିବାସର ବିଭିନ୍ନ ସ୍ଥାନରେ ଫାଟି ଆଁ କରିଥିବା ଦେଖି ଜିଲ୍ଲାପାଳ ସେଠାରେ କ୍ଷୋଭ ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ଦାୟୀ କରି ଏଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ସୂଚନା ଯୋଗ୍ୟ ଯେ,ଗତ ୨୦୨୧-୨୨ରେ ଏହି କାମ ଆରମ୍ଭ ହେବା ପରେ ତାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ ଏବେ ପ୍ରାୟ ୪ କୋଟି ଟଙ୍କାରେ ୧୦୦ ଶଯ୍ୟା ବିଶିଷ୍ଟ ନିର୍ମିତ ସେହି ସ୍କୁଲ ଛାତ୍ରୀ ନିବାସ କୋଠା ହସ୍ତାନ୍ତରିତ କରିବା ପୂର୍ବରୁ ତାର ସଙ୍କଟାପନ୍ନ ଅବସ୍ଥା ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ l ଅନ୍ୟ ପକ୍ଷରେ ଏହା ଦୀର୍ଘ ୨ ବର୍ଷ ଧରି ନିର୍ମିତ ଛାତ୍ରୀ ନିବାସ ହସ୍ତାନ୍ତରିତ କରୁ ନଥିବାର ଉଦ୍ଦେଶ୍ୟ କଣ ବୋଲି ଭାବି ଜିଲ୍ଲାପାଳ ଡ. ସାହୁ ସେଠାରେ ଉପସ୍ଥିତ ସ୍କୁଲ ଶିକ୍ଷକ ଓ ସାଧାରଣଙ୍କ ଠାରୁ ପଚାରି ବୁଝିବା ପରେ ଚିନ୍ତାରେ ପଡ଼ି ଯାଇଥିଲେ। ଏହା ଥିଲା ବିନିକା ସହର ଉପକଣ୍ଠରେ ଅବସ୍ଥିତ ତାରାପୁରାଗଡରେ ନିର୍ମିତ ଆଦର୍ଶ ସ୍କୁଲ ପାଇଁ ନିର୍ମିତ ଛାତ୍ରୀ ନିବାସର ସମସ୍ୟା। ଏହା ପରେ ଜିଲ୍ଲାପାଳ ଡ. ସାହୁ ଆଦର୍ଶ ସ୍କୁଲକୁ ଯାଇ ବୁଲି ଦେଖିବା ସହ ଶିକ୍ଷକ ମାନଙ୍କୁ ସେଠାକାର ସମସ୍ୟା ନେଇ ପଚାରି ବୁଝିଥିଲେ। ଏହା ସହିତ ଜିଲ୍ଲାପାଳ ଶ୍ରେଣୀକୁ ଯାଇ ଛାତ୍ରୀଙ୍କୁ ପାଠ ପଢାଇବା ସହ ସେଠାରେ କିପରି ଚାଲିଛି ଗୁଣାତ୍ମକ ମାନର ଶିକ୍ଷାଦାନ ସେ ସମ୍ପର୍କରେ ଅବଗତ ହୋଇଥିଲେ। ପରେ ଜିଲ୍ଲାପାଳ ସ୍କୁଲ ଭିତରେ ବୁଲି ତାର ଛାତ ଓ କାନ୍ଥ ଗୁଡ଼ିକୁ ଦେଖିବା ପରେ ପୂର୍ବ ଦିଗ ମହାନଦୀ ପଟରେ ଥିବା କାନ୍ଥ ଦୁର୍ବଳ ଅଛି ବୋଲି ଅନୁଭବ କରିଥିଲେ। ସେ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି ସମୟରେ ଜିଲ୍ଲାପାଳଙ୍କ ସହ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୁଏଙ୍କ ସମେତ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ଏବଂ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବିଙ୍କ ସହ ସଚେତନ ନାଗରିକ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *