August 26, 2025
Home » ଆଦାନୀ ଫାଉଣ୍ଡେସନ ସୌଜନ୍ୟରେ ଯକ୍ଷ୍ମାରୋଗ ର ସଚେତନତା ଏବଂ ପୁଷ୍ଟିକର ଖାଦ୍ୟ ପେକେଜ୍ ବଣ୍ଟନ

ଆଦାନୀ ଫାଉଣ୍ଡେସନ ସୌଜନ୍ୟରେ ଯକ୍ଷ୍ମାରୋଗ ର ସଚେତନତା ଏବଂ ପୁଷ୍ଟିକର ଖାଦ୍ୟ ପେକେଜ୍ ବଣ୍ଟନ

0
WhatsApp Image 2025-08-07 at 9.45.50 PM

!

ଛତ୍ରପୁର: ଟି.ବି. ଅର୍ଥାତ୍ ରାଜଯକ୍ଷ୍ମା, ଅବା ଯକ୍ଷ୍ମା ରୋଗର ଲକ୍ଷଣ, କାରଣ ଏବଂ ନିରାକରଣ ନିମନ୍ତେ ସବୁରି ସ୍ତରରେ ସ୍ଵାସ୍ଥ୍ୟ ବିଭାଗ, ଆଶାକର୍ମୀ ଏବଂ ଅନେକ ସ୍ବେଛାସେବୀ ସଂଗଠନ ପକ୍ଷରୁ ବ୍ୟାପକ ସୁରକ୍ଷା, ବନ୍ଦୋବସ୍ତ ମାଧ୍ୟମରେ ଜନ ସଚେତନତା ଅଭିଯାନ ସୃଷ୍ଟି କରାଯାଇଛି ।
ଭାରତ ସରକାରଙ୍କ ଟିବି ମୁକ୍ତ ଭାରତ ସଚେତନତା ଅଭିଯାନ ଟିବି ହାରିବ, ଦେଶ ବଞ୍ଚିବ ବିଭିନ୍ନ ମହଲରେ ସ୍ୱର ଉତ୍ତୋଳନ କରାଯାଇ ବଳିଷ୍ଠତା ଭିତ୍ତିରେ ପ୍ରୟାସ ଜାରୀ ରହିଛି ।
ନିଃକ୍ଷ-ମିତ୍ର ଯୋଜନାରେ ଗଞ୍ଜାମ ଜିଲ୍ଲାରେ ସାମିଲ ହୋଇଛି ଆଦାନୀ ଫାଉଣ୍ଡେସନ। ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଚିହ୍ନଟ ହୋଇଥିବା ପାଖାପାଖି ୧୦୦ ଜଣ ଟିବି ରୋଗୀଙ୍କୁ ୬ ମାସ ପର୍ଯ୍ୟନ୍ତ ପୃଷ୍ଟିକର ଖାଦ୍ୟ ପେକେଜ ଦିଆଯିବାର ବ୍ୟବସ୍ଥା କରାଯାଇଛି ।
ଏହି ଅବସରରେ ଛତ୍ରପୁର ସବଡ଼ିଭିଜନ ହସ୍ପିଟାଲ୍ ପରିସରର କମ୍ୟୁନିଟ୍ ହଲ୍ ରେ ଏକ ସଚେତନତା ସଭାର ଅୟୋଜନ ହୋଇଛି । ଆଦାନୀ ଫାଉଣ୍ଡେସନ ସୌଜନ୍ୟ ରେ ୧୦୦ ଜଣ ଟିବି ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ର ଗୋଟିଏ ଲେଖାଏଁ ବାସ୍କେଟ ବିତରଣ କାରାଯାଇଛି ।ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୫୦ ଜଣ ଟିବି ରୋଗୀମାନଙ୍କୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛତ୍ରପୁର ଉପକଣ୍ଠ ସରକାରୀ ଚିକିତ୍ସାଳୟ ପରିସରରେ ଏହି ପୃଷ୍ଟିକର ଖାଦ୍ୟ ବାସ୍କେଟ ବଣ୍ଟନ କରାଯାଇଛି।

ବୁଧବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋପାଳପୁର ବନ୍ଦର ବାଣିଜ୍ୟ ମୁଖ୍ୟ ପ୍ରଶାନ୍ତ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପୋଷକ ପରିପୂର୍ଣ୍ଣ ଖାଦ୍ୟ ସାମଗ୍ରୀ ବାସ୍କେଟ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବାଞ୍ଚଳ ମୁଖ୍ୟ, ଆଦାନୀ ଫାଉଣ୍ଡେସନ ଜୟନ୍ତ ମହାନ୍ତି, ଶ୍ରୀ ଛତ୍ରପୁର ଏସଡିଏମଓ ସୁଦର୍ଶନ ସାହୁ , ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସୁପେରିନଟେଣ୍ଡଣ୍ଟ ତଥା ଛତ୍ରପୁର ବ୍ଲକ୍ ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ସ୍ୱାଧୀନ ରଥ, ଜିଲ୍ଲା ଟିବି ସଂଯୋଜକ ବିଦେଶୀ ଜେନା, ଗୋପାଳପୁର ବନ୍ଦର ସିଏସଆର ମୁଖ୍ୟ ଦେବଦତ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଆଗାମୀ ୬ ମାସ ମଧ୍ୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ୬୦୦ ପୃଷ୍ଟିକର ଖାଦ୍ୟ ବାସ୍କେଟ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କୁହାଯାଇଛି । ଯାହାର ସିଧାସଳଖ ଲାଭ ୧୦୦ ଜଣ ଟିବି ରୋଗୀ ତଥା ସେମାନଙ୍କ ପରିବାର ପାଇପାରିବେ। ଆଗାମୀ ଦିନରେ ଏହି ଖାଦ୍ୟ ବାସ୍କେଟ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଦାନୀ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକର ପଂଚାୟତର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ, ଅନେକ ମହିଳା ସ୍ଵାସ୍ଥ୍ୟ କର୍ମୀ , ଆଶା କର୍ମୀ, ଏ.ଏନ୍.ଏମ୍.
ଦିଦି ଯୋଗ ଦେବା ସହ ଟିବି ରୋଗ ସମ୍ପର୍କରେ ଅନେକ ସଚେତନତା ମୂଳକ ବିଷୟରେ ଆଲୋକପାତ କରିଥିଲେ।
ଯକ୍ଷ୍ମା ବିରୁଦ୍ଧରେ ବ୍ୟାପକ ଲଢ଼େଇରେ ପୁଷ୍ଟିକର କିଟ୍ ବଣ୍ଟନ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ପୁଷ୍ଟିହୀନତା ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ , ରୋଗୀ ଦୁର୍ବଳ ହୋଇଯାଇଥାଏ, ଟିବି ରୋଗୀ ପରିଶେଷରେ ମୃତ୍ୟୁ ମୁଖରେ ପଡ଼ିଥାଏ । ତେଣୁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟପଦାର୍ଥ ଯୋଗାଇବା ପାଇଁ ଇଚ୍ଛା ପ୍ରକାଶ କରିବା ପୂର୍ବକ ପୁଷ୍ଟିକର ଖାଦ୍ୟପଦାର୍ଥ ର ଏକ ପେକେଜ୍ ବଣ୍ଟନ କରିବାକୁ ପ୍ରସ୍ତୁତ ହୋଇଛି ବୋଲି ଆଦାନୀ ଫାଉଣ୍ଡେସନ କର୍ତ୍ତୃପକ୍ଷ ମତପ୍ରକାଶ କରିଛନ୍ତି ।।

Leave a Reply

Your email address will not be published. Required fields are marked *