ଆଦି କର୍ମଯୋଗୀ ଅଭିଯାନ

–ଫୁଲବାଣୀ-ଇ ପି ଏ -ଆଦି କର୍ମଯୋଗୀ ଅଭିଯାନ ଆଦିବାସୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କର ଏକ ଯୁଗାନ୍ତକାରୀ ପ୍ରୟାସ। ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମ ବାର୍ଷିକୀ ଅବସରରେ ଆଦିବାସୀ ସଂପ୍ରଦାୟର ସାମୂହିକ ବିକାଶ ନିମନ୍ତେ ସାରାଦେଶରେ 30ରାଜ୍ୟରେ555 +ଜିଲ୍ଲା,3000+ବ୍ଲକ ରେ1ଲକ୍ଷ ଗ୍ରାମରେ 20 ଲକ୍ଷ ଆଦି କର୍ମଯୋଗୀ ସୃଷ୍ଟି କରାଯାଇ ଆଦିବାସୀ ମାନଙ୍କର ଉନତି କରିବା ଏହି ଯୋଜନା କାର୍ଯ୍ୟ କରିବାର ଲକ୍ଷ ରଖାଯାଇଛି।
କନ୍ଧମାଳ ଜିଲ୍ଲାର 12 ଗୋଟି ବ୍ଲକ ରେ ସମୁଦାୟ 395 ଗ୍ରାମରେ ଏହି ଯୋଜନା ଚାଲୁ ଅଛି। ଏଥିପାଇଁ ଜିଲ୍ଲାରେ ସମୁଦାୟ 395 ଗ୍ରାମରେ ଆଦି ସେବା କେନ୍ଦ୍ର,1223 ଆଦି ସହଯୋଗୀ,2647 ଆଦି ସାଥି ଓ 10 ଗୋଟି ସମାଜ ସେବୀ ଅନୁଷ୍ଠାନ ଚୟନ କରାଯାଇଛି।ସେବା କେନ୍ଦ୍ରରେ ସମସ୍ତେ ଏକାଠି ହୋଇ ଗ୍ରାମର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ପରିକଳ୍ପନା ପତ୍ର ପ୍ରସ୍ତୁତ କରିଛନ୍ତି। ପରିକଳ୍ପନା ପତ୍ର ଗୁଡ଼ିକ ସେପ୍ଟେମ୍ବର 17 ତାରିଖ ଠାରୁ ସେପ୍ଟେମ୍ବର 30 ତାରିଖରେ ଶେଷ କରି ଅକ୍ଟୋବର 2 ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମ ସଭାରେ ପାଳିତ ହୋଇଯାଇଛି।ଆଦି କର୍ମଯୋଗୀ ଅଭିଯାନରେ ,ସମାବେଶୀ ଶାସନ, କର୍ମଚାରୀଙ୍କୁ ଆଦିବାସୀ ସମସ୍ୟା, ଆବଶ୍ୟକତା ଓ ଅଧିକାରୀ ସମ୍ପର୍କରେ ସଜାଗ କରିବ, ସରକାରୀ ଯୋଜନାଗୁଡିକୁ ଲୋକ-କେନ୍ଦ୍ରିକ ଭାବରେ ପ୍ରୟୋଗ ହେବ। ସାଧାରଣତଃ ସରକାରୀ ଯୋଜନାଗୁଡିକ ଉପରିସ୍ଥ ପଦାଧିକାରୀଙ୍କୁ ନେଇ ତିଆରି ହୋଇଥାଏ। କିନ୍ତୁ ଆଦି କର୍ମଯୋଗୀ ଅଭିଯାନରେ ନିଜ ଗ୍ରାମର ଆବଶ୍ୟକତା ଅନୁଯାୟୀ ନିଜ ଗ୍ରାମରେ ବସି ନିଜ ଗ୍ରାମର ବିକାଶ ଖସଡା ନିଜେ ପ୍ରସ୍ତୁତ ହୋଇଅଛି।ଜନ୍ ଭାଗିଦାରୀ ଆଧାରରେ ସେବା, ସଂକଳ୍ପ ଓ ସମର୍ପଣ ଭାବନା ନେଇ ଜନଜାତିଙ୍କ ସାମୁହିକ ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ।ଏହି ଅଭିଯାନରେ ନିଜକୁ ସାମିଲ କରି ସରକାରୀ ଯୋଜନା ଗୁଡିକ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ପାଖରେ ପହଞ୍ଚାଇ ଏହି ଅଭିଯାନକୁ ସମ୍ପୂର୍ଣ୍ଣ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ନିବେଦନ। ଜିଲ୍ଲାପାଳ କନ୍ଧମାଳ, ଫୁଲବାଣୀ ଙ୍କ ପ୍ରେସ ବିଜ୍ଞପ୍ତି,ଏହା ପୂର୍ବରୁ ଆଇ.ଟି.ଡି.ଏ ଫୁଲବାଣୀ ରେ କନ୍ଧମାଳ ସାଂସଦ ଙ୍କ ସାମ୍ବାଦିକ ସମ୍ମିଳନୀ।
ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ