November 19, 2025
Home » ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ର ଗୁରୁତ୍ବପୂର୍ଣ୍ଣ ବୈଠକ

ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ର ଗୁରୁତ୍ବପୂର୍ଣ୍ଣ ବୈଠକ

0
WhatsApp Image 2025-04-20 at 1.23.16 PM

ଆଜି ତା୨୦/୦୪/୨୦୨୫ ରିଖ ରବିବାର ସକାଳ ୧୦ ଟା ସମୟରେ ଋଗବେଦୀୟ ପୂର୍ବାହ୍ନମୟ ପୁରୀ ଗୋବର୍ଦ୍ଧନ ପୀଠ ଅନନ୍ତ ଶ୍ରୀ ବିଭୂଷିତ ଶ୍ରୀମଦ୍ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ ଭଗବାନ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜାଙ୍କ କର କୋମଳ ରେ ପ୍ରତିଷ୍ଠିତ ପୀଠ-ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଆନନ୍ଦ ବାହିନୀ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ପଣ୍ଡିତ ଶ୍ରୀଯୁକ୍ତ ମାତୃପ୍ରସାଦ ମିଶ୍ର ଜୀ ଙ୍କ ଅଧ୍ୟକ୍ଷତାରେ ୧୨ଥର ହନୁମାନ ଚାଳିଶା ପାଠ ସହିତ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଆଲୋଚନା ମୁଖ୍ୟ ବିନ୍ଦୁ ଉପରେ ରଖିଥିଲେ।
ଉକ୍ତ ବିନ୍ଦୁ ଗୁଡ଼ିକ ମଧ୍ୟରୁ
୧ : ସଦସ୍ୟତା ସଂଗ୍ରହ ସହ ସଂଖିଆ ବୃଦ୍ଧି ।
୨ : ଶାଖା ବିସ୍ତାର ଓ ପ୍ରବାସ କାର୍ଯ୍ୟକ୍ରମ ନିର୍ଣ୍ଣୟ କରାଯାଇଥିଲା।
୩ : – ଶଙ୍କର ଜୟନ୍ତୀ କାର୍ଯ୍ୟକ୍ରମ ସହ ରଥଯାତ୍ରା ସମୟରେ ସେବା ଯୋଗାଇଦେବା ଉପରେ ଆଲୋଚନା ହୋଇଥିଲା।
ସମସ୍ତ ବିଭିଗସା ସଂଗଠନ ସଚିବ ଓ ସମସ୍ତ ସମ୍ପର୍କ ସଚିବ,ସମସ୍ତ କ୍ଷେତ୍ରୀୟ ସମ୍ପାଦକ ମାନଙ୍କୁ ଏହି ବୈଠକରେ ଯୋଗ ଦେଇଥିଲେ। ଶାନ୍ତି ପାଠ ସହିତ ଧନ୍ୟବାଦ ଅର୍ପଣ କରି ବୈଠକ ସାଙ୍ଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *