March 14, 2026
Home » ଆଦିତ୍ୟ ବାହିନୀ ଓ ଆନଦ ବାହିନୀ ତରଫରୁ ଶ୍ରଦ୍ଧାଞ୍ଜଳି ସଭା।

ଆଦିତ୍ୟ ବାହିନୀ ଓ ଆନଦ ବାହିନୀ ତରଫରୁ ଶ୍ରଦ୍ଧାଞ୍ଜଳି ସଭା।

0
WhatsApp Image 2026-02-18 at 12.15.24 PM

ବ୍ରହ୍ମପୁର , : ବ୍ରହ୍ମପୁର ବାବାଜୀ ତୁଟା ସାହି ଠାରେ ଥିବା ଶ୍ରୀ ଶ୍ରୀ ଶ୍ରୀ ଗୋପାଳ ଜୀଉ ପ୍ରଙ୍ଗାଣ ରେ ଆଦିତ୍ୟ ବାହିନୀ,ଆନଦ ବାହିନୀ ଓ ପୀଠ ପରିଷଦର ବରିଷ୍ଠ ସଦସ୍ୟ ତଥା ଧର୍ମପ୍ରଚାରକ ଇଞ୍ଜିନିୟର ସୂର୍ଯ୍ୟ ନାରାୟଣ ରଥଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ରାମାଧୀନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ହରିହର ଦାସ ମହାରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅନ୍ୟତମ ମୁଖ୍ୟ ଅତିଥି ଭାବରେ ପୁରୀ ଗୋବର୍ଦ୍ଧନ ପୀଠ ପରିଷଦ ତଥା ଆଦିତ୍ୟ ବାହିନୀ ଆନଦ ବାହିନୀ ସର୍ବ ଭାରତୀୟ ଅଧ୍ୟକ୍ଷ ମାତୃ ପ୍ରସାଦ ମିଶ୍ର, ବିଶିଷ୍ଟ ଅତିଥି ଭାବେ ଉପାଧ୍ୟକ୍ଷ ତିରୁପତି ମହାନ୍ତି, ଆସିକାର ବରିଷ୍ଠ ସଦସ୍ୟ ପ୍ରଦୀପ ଭାଇଙ୍କ ସମେତ ବିଭିନ୍ନ ମଠର ୨୧ ଜଣ ସାଧୁସନ୍ଥ ଯୋଗଦେଇ ସ୍ୱର୍ଗତ ରଥଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।

ଜୀବନର ପରିଣତି ବୟସରେ ମଧ୍ୟ ଗୁରୁଜୀଙ୍କ ବାଣୀ ଓ ହିନ୍ଦୁ ଧର୍ମର ରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଆଦିତ୍ୟ ବାହିନୀ ଆନଦ ବାହିନୀ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ସଦସ୍ୟ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରି ଭଗବାନ ନିକଟରେ ପ୍ରାର୍ଥନା କରିଥିଲେ। ବ୍ରହ୍ମପୁର ବେଦ ପାଠଶାଳାର ପ୍ରଧ୍ୟାପକ ରାମକୃଷ୍ଣ ତ୍ରିପାଠୀଙ୍କ ମାର୍ଗଦର୍ଶନରେ ବେଦ ଛାତ୍ରଙ୍କ ବେଦ ଧ୍ୱନି ଓ ସନ୍ଥ ପୂଜନ ଭାବବିହ୍ୱଳ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଉପସ୍ଥିତ ସାଧୁସନ୍ଥ ଆଗାମୀ ଦିନରେ ଧର୍ମ ର ରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ଯାହା ଫଳରେ ସ୍ବର୍ଗତ ରଥଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏଥିରେ ହୂଷିକେଷ ପାଢ଼ୀ, ଉମାଶଙ୍କର ପାଣୀ, ସନ୍ତୋଷ କୁମାର ସାହୁ, ରାମପ୍ରସାଦ ପଣ୍ଡା,ଶିବ ଶଙ୍କର ମାଦଳା,ପରିମଳ କୁଣ୍ଡୁ, ଶାନ୍ତିଲତା ପାଢ଼ୀ, ରତ୍ନଗର୍ଭା ସରସ୍ୱତୀ, ସୁରେନ୍ଦ୍ର ପାଢ଼ୀ,ଝରଣା ପାଢ଼ୀ, ନରସିଂହ ସାହୁ,ଲଢୁକେଶ ମିଶ୍ର,ଡା ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସୁଷମା ପଣ୍ଡା, ଦୂର୍ଗା ପ୍ରସାଦ ପଣ୍ଡା,ଟି ସାହେବ ପାତ୍ର, ଜ୍ଞାନ ରଞ୍ଜନ ସାହୁ, ପ୍ରଭାତ କୁମାର ଷଡ଼ଙ୍ଗୀ, ସନ୍ତୋଷ କୁମାର ମହାନ୍ତି ଓ ଅନିଲ କୁମାର ଚୌଧୁରୀ ପ୍ରଭୁତି ଙ୍କ ସମେତ ଅନେକ ଜାଗାରୁ ଆସିଥିବା ସଦସ୍ୟ ସଦସ୍ୟା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *