August 22, 2026
Home » ଆଦିବାସୀଙ୍କ ଛାତି ଉପରେ ଖଣି ଖୋଳା ଚାଲିଛି

ଆଦିବାସୀଙ୍କ ଛାତି ଉପରେ ଖଣି ଖୋଳା ଚାଲିଛି

0
WhatsApp Image 2025-12-30 at 7.47.59 PM

ଆଇନ ଜନତାଙ୍କ ବିକାଶ ପାଇଁ ନା କମ୍ପାନୀଙ୍କ ଥଇଥାନ ପାଇଁ

ଭୁବନେଶ୍ୱର ତା. ୩୦.୧୨- ଆଜି କଂଗ୍ରେସ ଭବନ ଠାରେ ସୁନ୍ଦରଗଡ଼ ଜିଲ୍ଲାର ଲାଞ୍ଜିବେର୍ନା ଗ୍ରାମରେ ଅବସ୍ଥିତ ଲାଇମଷ୍ଟୋନ ଖଣି ଡାଲମିଆ କମ୍ପାନୀଙ୍କୁ ସମସ୍ତ ନିତିନିୟମ ଉପକ୍ଷୋ କରି ତଥା ରାଜ୍ୟରେ ବେନିୟମ ଭାବେ ଖଣି ଉତ୍ତୋଳନ ଓ ଆଦିବାସୀ ଉଛେଦକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଖଣିଜଦ୍ରବ୍ୟ ଉତ୍ତୋଳନ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯାହା ନିୟମାବଳୀ ଅଛି ତାହା ଆଦୌ ପାଳନ ହେଉନାହିଁ । ବିନା ଗ୍ରାମସଭା ଅନୁମତିରେ କମ୍ପାନୀକୁ ଖଣି ହସ୍ତାନ୍ତର କରିବା କେସ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଥିଲେ । କିନ୍ତୁ ଓଡ଼ିଶାରେ ଗ୍ରାମସଭା ଅନୁମତି ବିନା ଖଣିକୁ ହସ୍ତାନ୍ତର କରାଯାଉଛି । ସିଜିମାଳିରେ ବିନା ଗ୍ରାମସଭା ଅନୁମତିରେ ଖଣି ଆଦାନୀକୁ ଦିଆଯାଇଛି । ଠିକ ସେପରି ସୁନ୍ଦରଗଡ଼ ଜିଲ୍ଲା ଅର୍ନ୍ତଗତ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ କୁତ୍ରା ବ୍ଲକ ଅନ୍ତର୍ଗତ ଲାଞ୍ଜିବେର୍ନା ଗ୍ରାମରେ ଲାଇମଷ୍ଟୋନ ଡୋଲମାଇଟ ଖଣି ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଗ୍ରାମ ସଭାର ଅନୁମତି ବିନା ରାଜ୍ୟ ସରକାର ଡାଲମିଆ ସିମେଣ୍ଟ କମ୍ପାନୀକୁ ଟେକି ଦେଇଛି । ରାଜ୍ୟରେ ପୁଞ୍ଜିପତିଙ୍କ ଶାସନ ଚାଲିଛି । ସାଧାରଣ ଜନତା ଓ ଆଦିବାସୀ ଶୋଷିତ ହେଉଛନ୍ତି ବୋଲି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

ରାଜଗାଙ୍ଗପୁର ବିଧାୟକ ସିଏସ ରାଜନ ଏକ୍କା କହିଥିଲେ, କମ୍ପାନୀମାନଙ୍କୁ ଯେତେବେଳେ ଖଣି ପ୍ରଦାନ କରାଯାଉଛି ଦେଖାଯାଉଛି, ନିତିନିୟମ ଗ୍ରହଣ ନକରି ଜମି ଅଧିଗ୍ରହଣ କରାଯାଉଛି । ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାର ବଣେଇରେ କୋଇଲା ପଥର ଖଣି ଓ ରାଜଗାଙ୍ଗପୁରର ଚୂନପଥର ଖଣିକୁ ସମସ୍ତ ନିତିନିୟମ ଉପେକ୍ଷା କରି ଜମି ଅଧିଗ୍ରହଣ, ବିସ୍ଥାପନ ଓ ପରିବେଶ ସନ୍ତୁଳନ ଆଦିକୁ ବେଖାତିର କରି ଡାଲମିଆ କମ୍ପାନୀକୁ ହସ୍ତାନ୍ତର କରାଯାଇଛି । ଗ୍ରାମ ସଭାରେ ଅତିକମରେ ୮୦% ସହମତି ଲୋଡ଼ା ଏଲଫର୍ମ ଓ ଏମଫର୍ମର ମଧ୍ୟ ପାଳନ କରାଯାଇ ନାହିଁ । ଲୋକମାନଙ୍କ ପ୍ରବଳ ବିରୋଧ ସତ୍ୱେ ରାଜ୍ୟ ସରକାର ଆଦିବାସୀ ଏବଂ ଜନତାଙ୍କ ଦୁଃଖ ଶୁଣୁନାହାନ୍ତି । ଆଗାମୀ ଦିନରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଖଣି ଅଞ୍ଚଳର ବିରାଟ ବିକ୍ଷୋଭ ଅନୁଷ୍ଠିତ ହେବ ।
ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳ ନାଏକ କହିଥିଲେ, ସରକାର ଆଦିବାସୀ ମାନଙ୍କ ଛାତିରେ ଖଣି ଖୋଳୁଛନ୍ତି । କମ୍ପାନୀ ଓ ପୁଞ୍ଜିପତି ମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଆଦିବାସୀ ମାନଙ୍କୁ ବେନିୟମ ହିସାବରେ ବିସ୍ଥାପିତ କରୁଛନ୍ତି । ଯାହା ଆଗାମୀ ଦିନରେ ଭୀଷଣ ଆନ୍ଦୋଳନର ସୂତ୍ରପାତ ହେବ । ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ଖଣି କାର୍ଯ୍ୟପାଇଁ ସମସ୍ତ ନିୟମ ପାଳନ କରନ୍ତୁ । ଆଦିବାସୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଅନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ, ଆଡଭୋକେଟ ଆର୍ଲବଟ କିଣ୍ଡୋ, ସମାଜସେବୀ ବିବଲ ଟପୋ, ଅନିମା ମିଞ୍ଜ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।