October 14, 2026
Home » ଆନ୍ତର୍ଜାତିକ ବଧୂର ଦିବସ ପାଳିତ

ଆନ୍ତର୍ଜାତିକ ବଧୂର ଦିବସ ପାଳିତ

0
WhatsApp Image 2026-10-13 at 2.58.39 PM

୭୫ତମ ଆନ୍ତର୍ଜାତିକ ବଧୂର ଦିବସ ଓଡ଼ିଶା ବଧୂର ସଂଘ ଦ୍ୱାରା ନର୍ମଦା ବଧୂର ବିଦ୍ୟାଳୟ ପରିସର ଭିତରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥ୍ ସମ୍ମାନନୀୟ ରଜନୀକାନ୍ତ ପରିଡ଼ା, ସମ୍ମାନୀୟ ଅତିଥ୍ ଭୁବନେଶ୍ୱର ଚୌଧୁରୀ, ସମ୍ମାନୀୟ ଅତିଥ୍ ମମତା ପାଢ଼ୀଶର୍ମା, ଅନସୂୟା ପ୍ରଧାନ, ଓଡ଼ିଶା ବଧୂର ସଂଘର ମୁଖ୍ୟ ପ୍ରତିଷ୍ଠାତା ଓ କାର୍ଯ୍ୟକାରୀ ବିଜୟ କୁମାର ପରିଡ଼ା ଓ ସମ୍ପାଦକ ନବନାରାୟଣ ବହିଦାର, ଯୁଗ୍ମ ସମ୍ପାଦକ ଯୋଗେଶ ବହିରଦାସ, କୋଷାଧ୍ୟକ୍ଷ ରତ୍ନକର, ଜୟପ୍ରଭା ମହାପାତ୍ର, ବୈଜୟନ୍ତ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ରାୟ, ଅନସୂୟା ରାଉତରାୟ, ମଧୁସ୍ମିତା ସାମଲ ଉପସ୍ଥିତ ଥିଲେ। ବଧୂର ଦିବସ ଉପଲକ୍ଷେ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା।
ଏଥୁରେ ଚିତ୍ରକଳା ଶିକ୍ଷକ ତପନ ନାୟକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରକଳା ପ୍ରତିଯୋଗିତା କରାଇଥିଲେ ଏବଂ ଖେଳ ଶିକ୍ଷକ ଶରତ ଚନ୍ଦ୍ର ମଲ୍ଲିକ କ୍ରୀଡ଼ା ପ୍ରତିଯୋଗିତା କରାଇଥିଲେ। ମୁଖ୍ୟ ଅତିଥ୍ କହିଥିଲେ, ଆଜିର ସମାଜରେ ବଧୂର ଓ ଶ୍ରବଣ ବାଧୂତ ପିଲାମାନଙ୍କର ଶିକ୍ଷା ସହିତ ସ୍କୁଲ ବା ଆଇଟିଆଇ ଶିକ୍ଷା ଆବଶ୍ୟକତା ଅଛି। ସରକାର ଏହି ଦିଗରେ ଦୃଷ୍ଟି ଦେଲେ ପିଲାମାନଙ୍କ ଥଇଥାନ ହୋଇପାରନ୍ତା। ସଂଘକୁ ଦୃଢ଼ୀ କରି ସଠିକ୍ ଭାବରେ ଉପସ୍ଥାପନ କରିବା ପାଇଁ କାର୍ଯ୍ୟକର୍ତ୍ତା ଅନୁରୋଧ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି, ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସମସ୍ତ ଅତିଥ୍‌ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ବଧୂର ଛାତ୍ରଛାତ୍ରୀମାନେ ସମାଜରେ ସାମିଲ ହେଲେ ଆଗକୁ ଯାଇପାରିବେ। ଏଥୁରେ ସୁକାନ୍ତି ଦାସ, ଚିରଞ୍ଜୀବ, ସତ୍ୟଜିତ, ପ୍ରଭାତ ମହାପାତ୍ର, ପ୍ରକାଶ ରାଉତ, ପାଣ୍ଡା ବେହେରା, ଦୁର୍ଯ୍ୟୋଧନ ରାଉତ ଏବଂ ପୂର୍ବତନ ଛାତ୍ରମାନେ ଉପସ୍ଥିତ ଥିଲେ। ସମସ୍ତ ଅତିଥ୍‌ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ବିଜୟ କୁମାର ପରିଡ଼ା ସଭା ପରିଚାଳନା କରିଥିଲେ। ସଭା ଶେଷରେ ପ୍ରମୋଦ କୁମାର ମହାପାତ୍ର, ଶିକ୍ଷକ ଓ ସାଙ୍କେତିକ ଭାଷଣ ଅନୁବାଦନ ଅର୍ପଣ କରିଥିଲେ। ଶେଷରେ ଖାଦ୍ୟ ଗ୍ରହଣ କରି ସଭା ସାଙ୍ଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *