ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
ସୁବର୍ଣ୍ଣପୁର: ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାନିନୀ ସାହୁ ଙ୍କ ସଂଯୋଜନା ରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଲସାଗୋରା ଗ୍ରାମପଞ୍ଚାୟତ ର ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲ୍ଲିକ, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟ ଉପ ସଭାପତି ସସ୍ମିତା ଡାଙ୍ଗ, କମିଟି ସଭ୍ୟା ତଥା ଅଙ୍ଗନବାଡି କର୍ମୀ ଶ୍ରୀମତୀ ମଞ୍ଜୁଶ୍ରୀ ପ୍ରଧାନ ଯୋଗ ଦେଇ କନ୍ୟା ସନ୍ତାନ ସୁରକ୍ଷା ଏବଂ ବାଲ୍ୟ ବିବାହ ବନ୍ଦ କରିବା ଉପରେ ଉଦବୋଧନ ଦେଇ ଥିଲେ l କନ୍ୟା ସନ୍ତାନ ଏବଂ ବାଲ୍ୟ ବିବାହ ରୋକିବା ଉପରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ଏବଂ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା l ୱାର୍ଡେନ ଶ୍ରୀମତୀ ପୂର୍ଣ୍ଣମାସୀ ଗନ୍ତାୟତ, ସୁଶ୍ରୀ ସମୀକ୍ଷା ପ୍ରଧାନ, ଶିକ୍ଷୟିତ୍ରୀ ତ୍ରିପୁରା ପ୍ରଧାନ, ବାସନ୍ତୀ ପ୍ରହରାଜ, ପ୍ରିୟଙ୍କା ସାହୁ ଏବଂ ବୁଦ୍ଧରାମ ରଣା ଙ୍କ ସହଯୋଗରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ବାଲ୍ୟ ବିବାହ ର କୁ ପ୍ରଭାବ ଓ ବନ୍ଦ କରିବା ବିଷୟ ରେ ଛାତ୍ରୀ ମାନେ ଏକ ଲଘୁ ନାଟକ ଅଭିନୟ କରିଥିଲେ l ଏହି ଉଦ୍ଦେଶ୍ୟ ରେ ରାଲି କରି ଗ୍ରାମ ପରିକ୍ରମା କରାଯାଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
