ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର — ଜିଲ୍ଲା ସଦରମହକୁମା ସ୍ଥିତ କଚେରୀ ଛକ ଠାରେ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ୱରେ ଭାରତୀୟ ସମ୍ବିଧାନ ପ୍ରଣେତା ବିଶ୍ୱରତ୍ନ ବାବାସାହେବ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ମଧୁସୂଦନ ଦାସ ଛକ ଠାରୁ ଏକ ଶୋଭାଯାତ୍ରାରେ ଯାଇ କଚେରୀ ଛକ ସ୍ଥିତ ବାବାସାହେବ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ର ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ଯୁଗ୍ମ ସଂପାଦକ ମାର୍କଣ୍ଡ କଲତା , ବରିଷ୍ଠ ଉପଦେଷ୍ଟା ଅନାଦି ବାଦୀ , କ୍ଷେତ୍ର ମୋହନ ମହାନନ୍ଦ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମହାନନ୍ଦିଆ , ଦିଲ୍ଲୀପ ବିଶ୍ଵାଳ , ବିଶ୍ଵନାଥ ସୁନା , ରଞ୍ଜନ କୁମାର ରଣବିଡା , ସଂଜିତ କୁମାର ଜେନା , ଧରଣୀଧର ବିଭାର , ବରିଷ୍ଠ ସମାଜସେବୀ ବଳଭଦ୍ର ଭବସାଗର , ଅମଲ୍ ବେହେରା , ଇନ୍ଦ୍ରଜିତ ବାଦୀ, ଗୌତମ କୁମ୍ଭାର , ଉତ୍ତମ ବେହେରା , ସୁବାଷ ଦୀପ , ଗୌର କହଁର , ରଘୁନାଥ କହଁର , ଅର୍ଜ୍ଜୁନ ବେହେରା , ବରୁଣ ରାଜଦୀପ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର