October 23, 2025
Home » ଆରବିଏସକେ ମାଧ୍ୟମରେ ଶିଶୁ ହୃଦରୋଗ ପରୀକ୍ଷା ଶିବିର

ଆରବିଏସକେ ମାଧ୍ୟମରେ ଶିଶୁ ହୃଦରୋଗ ପରୀକ୍ଷା ଶିବିର

0
WhatsApp Image 2025-10-18 at 7.34.39 PM (1)

ପୁର::ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗୁରୁବାର ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଶିଶୁ ହୃଦରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅଧିନରେ ଜନ୍ମ ଠାରୁ ୧୮ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଆରବିଏସକେ ଭ୍ରାମ୍ୟମାଣ ସେବାଦଳ ଦ୍ବାରା ପ୍ରଥମେ ଚିହ୍ନଟ କରାଯାଇଥିଲା। ଜିଲାର ବିଭିନ୍ନ ବ୍ଳକରୁ ଚିହ୍ନଟ ହୋଇଥିବା ୧୨୦ଜଣ ଶିଶୁଙ୍କୁ ଏସଆରସିସି ଶିଶୁ ଡାକ୍ତରଖାନା,ମୁମ୍ବାଇରୁ ଆସିଥିବା ହୃଦରୋଗ ବିଶେଷଜ୍ଞ ଡ. ପ୍ରିୟା ପ୍ରଧାନ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ବାରା ପରୀକ୍ଷା କରିଥିଲେ। ପରୀକ୍ଷା କରାଯାଇଥିବା ୧୨୦ଜଣ ଶିଶୁଙ୍କ ମଧ୍ୟରୁ ପୂର୍ବରୁ ୫୫ଜଣଙ୍କୁ ଆରବିଏସକେ ଯୋଜନା ଅଧିନରେ ନାରାୟଣ ହେଲଥ ଲିମିଟେଡ଼ର ବିଭିନ୍ନ ଡ଼ାକ୍ତରଖାନାରେ ଅସ୍ତେ୍ରାପଚାର ଦ୍ବାରା ଚିକିତ୍ସା କରାଯାଇଥିଲା।

ଗୁରୁବାର ସେମାନଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ପରୀକ୍ଷା କରି ଡ. ପ୍ରିୟା ପ୍ରଧାନ ଜିଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରୁ 50 ଜଣଙ୍କୁ ହୃଦରୋଗ ଜନିତ ସମସ୍ୟା ଥିବାରୁ ସେମାନଙ୍କୁ ତୁରନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଅକ୍ଷୟ କୁମାର ଶତପଥୀ ସୂଚନା ଦେଇଛନ୍ତି। ହୃଦରୋଗ ଥିବା ଶିଶୁମାନଙ୍କୁ ଆରବିଏସକେ କାର୍ଯ୍ୟକ୍ରମ ଅଧିନରେ ନିଃଶୁଳ୍କ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି DPM ଶ୍ୟାମସୁନ୍ଦର ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଆରବିଏସକେର ୨୨ଟି ଟିମ,ପରିଚାଳକ ପ୍ରଶାନ୍ତ ପରିଜା,ରାଜ୍ୟ ବିଦ୍ୟାଳୟ ସ୍ବାସ୍ଥ୍ୟ ସଂଯୋଜକ ପ୍ରଶାନ୍ତ କୁମାର ଦାସ, ଚନ୍ଦନ କୁମାର ପତି, ନାରାୟଣ ହେଲଥର ପୃଥ୍ବୀରାଜ ବଳିଆରସିଂ,ଅମିତ କେରକେର ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *