July 1, 2025
Home » ଆସନ୍ତା 7 ରେ ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ଆସନ୍ତା 7 ରେ ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

0
WhatsApp Image 2025-06-01 at 3.43.30 PM

ସୁବର୍ଣ୍ଣପୁର: ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ମାସ 7 ତାରିଖ ରେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସୁଛନ୍ତି l ବିଜେପି ସରକାର ଗଠନ ଓ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ସୁବର୍ଣ୍ଣପୁର ଗସ୍ତ l ରାଜ୍ୟ ସରକାର ଙ୍କ ବର୍ଷ ପୂର୍ତ୍ତି ଅଵ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏଠାକୁ ଆସୁଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ସୂଚନା ଦିଆଯାଇଛି l 7 ତାରିଖ ଚୂଡାନ୍ତ ହୋଇଥିବା ବେଳେ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ଜିଲ୍ଲା ସଦର ମହକୁମା ର ରାମେଶ୍ୱର ଷ୍ଟାଡିଅମ ରେ ମୁଖ୍ୟମନ୍ତ୍ରୀ ଏକ ଜନସଭା କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମ ରେ 15 ହଜାର ରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି l ଏଥିପାଇଁ ସଭାସ୍ଥଳ ଓ ହେଲିପ୍ୟାଡ଼ ନିର୍ମାଣ କାର୍ଯ୍ୟ ଗତ ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଛି l ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶତାଧିକ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି l ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକେପଟର ଯୋଗେ ସୁବର୍ଣ୍ଣପୁର ଆସିବେ l କାର୍ଯ୍ୟକ୍ରମ ସାରି ପୁଣି ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି l ଜିଲ୍ଲା ପ୍ରଶାସନ ଓ ଭାରତୀୟ ଜନତା ପାର୍ଟି ଶିବିର ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି l ନୂଆ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ସୁବର୍ଣ୍ଣପୁର ଜିଲ୍ଲା ବାସୀ ମଧ୍ୟ ବେଶ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *