ଆହାର କେନ୍ଦ୍ରରେ ମିଳିଲାନି ପେଟପୁରା ଖାଦ୍ୟ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବୃଦ୍ଧ
ଟିଟିଲାଗଡ଼, ଅସହାୟଙ୍କ ପାଇଁ ଆହାର କେନ୍ଦ୍ରରେ ପେଟପୁରା ଖାଦ୍ୟର ବ୍ୟବସ୍ଥା ହୋଇଛି। ଏହାର ପରିଚାଳନା ପାଇଁ ସରକାର ବିଭିନ୍ନ ସଂସ୍ଥା କିମ୍ବା ଏସଏଚଜିକୁ ଦାୟିତ୍ୱ ଦେଇଛନ୍ତି । ଲୋକେ ୫ ଟଙ୍କା ଦେଇ ଆହାର କେନ୍ଦ୍ରରୁ ଖାଦ୍ୟ ପାଉଛନ୍ତି । ମାତ୍ର କାର୍ଯ୍ୟରତ ସଂସ୍ଥାମାନେ ଦୁଇମୁଠା ଭାତ ଦେଇ ଲୋକଙ୍କୁ ବିଦାୟ କରିଦେଉଛନ୍ତି । ସେଥିରେ ହିତାଧିକାରୀଙ୍କ ପେଟ ପୁରୁଛି ନା ମନ ବୁଝୁଛି। ଆଜି ଜଣେ ବୃଦ୍ଧ ଆହାରକେନ୍ଦ୍ରରୁ ଖାଦ୍ୟ ଆଣିଥିଲେ। ଦୁଇମୁଠା ଖାଦ୍ୟରେ ତାଙ୍କ ପେଟ ପୁରୁନାହିଁ ବୋଲି କହିଥିଲେ। ହେଲେ କର୍ମଚାରୀ ଆଉ ମୁଠାଏ ଭାତ ଦେବାକୁ ଅରାଜି ହେଲେ। ଏନେଇ ବୃଦ୍ଧ ଜଣକ ଉପଜିଲ୍ଲାପାଳଙ୍କ ପ୍ରତି ଦ୍ବାରସ୍ଥ ହୋଇଛନ୍ତି। ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ଼ ଡାକ୍ତରଖାନା ସମ୍ମୁଖସ୍ଥ ଆହାର କେନ୍ଦ୍ରରେ ।

ସୂଚନା ଅନୁଯୟୀ, ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ଡାକ୍ତରଖାନା ସମ୍ମୁଖ ଏକ ଆହାର କେନ୍ଦ୍ର ଚାଲିଛି। ସହର ଜଣେ ବୃଦ୍ଧ ରାମଚନ୍ଦ୍ର ସାହୁ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଆହାର କେନ୍ଦ୍ରକୁ ଯାଇଥିଲେ। ସେଠାରେ ୫ଟଙ୍କା ଦେଇ ଆହାରକେନ୍ଦ୍ରରୁ ଭାତ ଓ ଡାଲମା ଆଣିଥିଲେ। ମାତ୍ର ଆହାର କେନ୍ଦ୍ରରେ ତାଙ୍କୁ ଦୁଇମୁଠା ଭାତ ଏବଂ ଟିକେ ଡାଲମା ଦିଆଯାଇଥିଲା । ଯାହା ଜଣଙ୍କ ପେଟକୁ ନିଅଣ୍ଟ ଥିଲା। ଅଧିକ ଗଣ୍ଡିଏ ଭାତ ଦେବାକୁ ରାମଚନ୍ଦ୍ର ସେଠାରେ ଥିବା ପରଷିବା ବାଲାକୁ ଗୁହାରୀ କରିଥିଲେ। ମାତ୍ର ଏଥିରେ ଉତ୍କ୍ଷିପ୍ତ ହୋଇ କର୍ମଚାରୀ ଜଣକ ଆଉ ୫ ଟଙ୍କା ଦିଅ, ପେଟପୁରା ଖାଦ୍ୟ ମିଳିବ ନଚେତ୍ ଚାଲିଯାଅ ବୋଲି କହିଥିଲେ। ଶେଷରେ ରାମଚନ୍ଦ୍ର ଭାତ ଥାଳି ଧରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଉପଜିଲ୍ଲାପାଳ ଉପସ୍ଥିତ ନଥ୍ବରୁ ବାରଣ୍ଡାରେ ବସି ଅପେକ୍ଷାରେ ରହିଥିଲେ। ଖବରପାଇ ଆହାର କେନ୍ଦ୍ର ଦାୟିତ୍ଵରେ ଥିବା ପେଟି ଠିକାଦାର ଟିକେଲାଲ ସାହୁ ବୃଦ୍ଧଙ୍କ ପାଖକୁ ଆସି ବଳପୁର୍ବକ ତାଙ୍କ ବାଇକରେ ବସାଇ ଆହାରକେନ୍ଦ୍ରକୁ ନେଇ ଛାଡ଼ି ଆସିଥିଲେ। ଏନେଇ ଆଇନଜୀବୀ ସଞ୍ଜୟ ପଣ୍ଡା ତାଙ୍କୁ ପ୍ରଶ୍ନ କରିବାରୁ ମୁଁ ଦେଶସେବା କରୁଛି, ଗୋଟିଏ ପ୍ଲେଟ ଆହାର ପାଇଁ ଖାଉଟି ୫ ଟଙ୍କା ଓ ସରକାର ୨୩ ଟଙ୍କା ଦେଉଛନ୍ତି। ବର୍ତ୍ତମାନ ଦରଦାମ ବୃଦ୍ଧି ଯୋଗୁ ଲାଭ ହେଉନାହିଁ । ତେଣୁ ପେଟପୁରା ଖାଦ୍ୟ ଦେବା ଅସମ୍ଭବ ବୋଲି ଟିକେଲାଲ ଯୁକ୍ତି ବାଢ଼ିଥିଲେ । ଏଥିସହ ସେ ଖାଉଟି ୫ ଟଙ୍କା ଓ ସରକାର ୨୩ ଟଙ୍କା ଦେଉଛନ୍ତି । ବର୍ତ୍ତମାନ ଦରଦାମ ଯେପରି ଦିନକୁ ଦିନ ବୃଦ୍ଧି ପାଇଛି ଓ ଉକ୍ତ ଟଙ୍କାରେ ପେଟପୂରା ଖାଦ୍ୟ ଦେବା ଅସମ୍ଭବ । ହୋଟେଲରେ ୫ଠ ରୁ ୭ଠ ଟଙ୍କାରେ ସାଧା ଖାଦ୍ୟ ମିଳୁଛି ବୋଲି କହିଥିଲେ । ଅଧିକ ଭାତ ଦୁଇ ଚାରି ଜଣକୁ ଦେଲେ କିଛି କଥା ନୁହଁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ୫ ଶହ ଓ ରାତ୍ରି ସମୟରେ ୨ଶହ ୫ଠ ମିଶି ପ୍ରତିଦିନ ୭ଶହ ୫ଠ ଟୋକାନ ବିକ୍ରି ହେଉଛି l ମାସକରେ ୬ ଲକ୍ଷ ୩ଠହଜାର ଟଙ୍କା ଆହାର କେନ୍ଦ୍ରରେ ଖର୍ଚ୍ଚ ଖାଉଟି ଏବଂ ସରକାର ଦେଉଛନ୍ତି l କିନ୍ତୁ ପେଟି ଠିକାଦାର ଆହାର କେନ୍ଦ୍ରରେ କିଛି ଲାଭନାହିଁ ବୋଳି କହିବା କେତେ ଯୁକ୍ତି ଯୁକ୍ତ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । ଠିକାଦାରଙ୍କୁ ଆହାର କେନ୍ଦ୍ରରେ ଲାଭନଥିବା ଯୁକ୍ତି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନାହିଁ । ବଲାଙ୍ଗୀର ଜିଲ୍ଲାପାଳ ଏଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
epa news
