April 28, 2025
Home » ଇଂରାଜୀ ବକ୍ତୃତା ରେ ଅଦିତି କଲେଜ ର କୃତିତ୍ୱ

ଇଂରାଜୀ ବକ୍ତୃତା ରେ ଅଦିତି କଲେଜ ର କୃତିତ୍ୱ

0
WhatsApp Image 2024-12-18 at 12.19.53 PM

ସୁବର୍ଣ୍ଣପୁର — ସୋନପୁର ସହର ର ବ୍ଲକ ଛକ ସ୍ଥିତ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଥମ ବର୍ଷର କଳା ଛାତ୍ରୀ ସାଙ୍କେତିକା ପଣ୍ଡା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ରେ ଔପଚାରିକ ବକୃତା (ଇଂରାଜୀ) ପ୍ରତିଯୋଗିତା ରେ ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଏହା ଦ୍ଵାରା ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା, ଅଧ୍ୟାପିକା, ଅଧ୍ୟାପକ ଏଵଂ ଛାତ୍ର ଛାତ୍ରୀ ମହଲରେ ଉତ୍ସାହ ଖେଳି ଯାଇଛି l ଏଥିପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାଙ୍କେତିକା ଜଣେ ଉଚ୍ଚ କୋଟୀର କଣ୍ଠ ଶିଳ୍ପୀ। ସେ ସରୋଜ କୁମାର ପଣ୍ଡା ଏଵଂ ଝରଣା ପଣ୍ଡା ଙ୍କର ଜ୍ୟେଷ୍ଠା କନ୍ୟା ହୋଇଥିବା ବେଳେ ଉଭୟେ ଶିକ୍ଷା ବିଭାଗରେ କାର୍ଯ୍ୟରତ ଅଛନ୍ତି।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *