November 13, 2025
Home » ଇଡକୋ ଜମି ଅଧିଗ୍ରହଣ ନେଇ ବାଂଶପାଳରେ ବିଦ୍ରୋହର ପଦଧ୍ଵନି

ଇଡକୋ ଜମି ଅଧିଗ୍ରହଣ ନେଇ ବାଂଶପାଳରେ ବିଦ୍ରୋହର ପଦଧ୍ଵନି

0
WhatsApp Image 2025-03-10 at 8.16.33 PM

କେନ୍ଦୁଝର: ପ୍ରଶାସନ ପକ୍ଷରୁ ବାଂଶପାଳ ବ୍ଲକ୍ ଅଫିସ୍ ମାଧ୍ୟମରେ ଇଡକୋ,ଭୁବନେଶ୍ୱର ସପକ୍ଷରେ ସରକାରୀ ଜମି ଖାତା ଓ କିସମ ପରିବର୍ତ୍ତନ ଲାଗି ଏକ ପ୍ରସ୍ତାବ ଦେଇ ତା୧୦/୩/୨୫ରିଖ ଓ ତା୧୧/୩/୨୫ରିଖରେ ଦିନ ୧୧ଟାରେ କିଛି ଲୋକଙ୍କୁ ମତ ରଖିବାକୁ ନୋଟିସ ହୋଇଥିଲା। ତେବେ ସ୍ଥାନୀୟ ଆଦିବାସୀ ଲୋକେ ଆଗାମୀ ଦିନରେ ସରକାର ଜମିରେ କିଛି କରିବାକୁ ଯାଉଥିବାର ସନ୍ଦେହ କରି ଲୋକେ ବିପ୍ଳବୀ ଧରଣୀଧର ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ପରେ ସହସ୍ରାଧିକ ସଂଖ୍ୟାରେ ଏକଜୁଟ ହୋଇ ବୀର ବାଦ୍ୟ ନାଗରା ବଜେଇ ପଟୁଆର କରି ତହସିଲ ଅଫିସକୁ ଆସିଥିଲେ। ତହସିଲଦାର ବିକାଶ କୁମାର ସାହୁଙ୍କୁ ସେମାନେ ଇଡକୋ ଜମି ଅଧିଗ୍ରହଣ କରିବାକୁ ଦେବେନି ବୋଲି ପ୍ରତିବାଦ ପତ୍ର ଲେଖି ଦେଇ ଆସିଥିଲେ। ସେମାନଙ୍କ କହିବା କଥା ଏଠାରେ ଭୂୟାଁ ଜୁଆଙ୍ଗ ମୁଣ୍ଡା ଆଦି ଆଦିମ ଅଧିବାସୀ କାଳକାଳରୁ ରହି ଆସୁଛନ୍ତି ସେମାନେ ଜଙ୍ଗଲ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଅତୀତରେ ବାଂଶପାଳ ବ୍ଲକର ତରମାକାନ୍ତରେ ଜୁଆଙ୍ଗ ଜନଜାତି ଲୋକଙ୍କ ଉନ୍ନତି ଲାଗି କେନ୍ଦ୍ରୀୟ ଟି ବୋର୍ଡ ଦ୍ଵାରା ଏକ ଉତ୍କୃଷ୍ଟ ଚା ବଗିଚା ହୋଇଥିଲା। ସେଠାରୁ ପୃଥିବୀର ସବୁଠାରୁ ଭଲ ଚା ଉତ୍ପାଦନ ହୋଇ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲା। ହେଲେ କିଛି କେନ୍ଦୁଝର ବିରୋଧୀ ଦଲାଲ ଅତୀତରେ ସେଠାରେ ନିରୀହ ଆଦିବାସୀଙ୍କୁ ଭୁଲାଇ ଆନ୍ଦୋଳନ ନାମରେ ଚା ବଗିଚାରେ ନିଆଁ ଲଗେଇ ଦେଇଥିଲେ। ଏବେ ସେମାନେ ସେଠାରେ ଷ୍ଟିଲ ପ୍ଲାଣ୍ଟ କରିବେ ବୋଲି ପ୍ରଚାର କରି ନୂଆ ଫନ୍ଦି ଆରମ୍ଭ କରିଛନ୍ତି। ତେବେ କେତେ ପ୍ଲାଣ୍ଟ ଭାଙ୍ଗି ପଡ଼ିଛି ଖଣି କମ୍ପାନୀ କେବଳ ଲୁଟ କରନ୍ତି ଲୋକେ ଟ୍ରକ୍ ଚକା ତଳେ ମରନ୍ତି ବୋଲି ଲୋକେ ଜାଣିଛନ୍ତି। ପୁଣି ତରମାକାନ୍ତ ଚା ବଗିଚାର ପ୍ରାୟ ୨୨ ଶହ ଏକର ଜମିରୁ ଅଧିକାଂଶ ଜଙ୍ଗଲ କିସମର ଜମି ରହିଛି ଯାହାକୁ ପୁଣି ଚା ବଗିଚା କରିବାକୁ ଲୋକେ ଦାବି କରିଛନ୍ତି। ଆଜି ଅଡାଳ ଗ୍ରାମର ଲୋକେ ସମସ୍ତେ ଆନ୍ଦୋଳନକୁ ଆସିଥିଲେ। ବିଶିଷ୍ଟ ଜନଜାତି ନେତା ସଞ୍ଜୟ ଶେଖର ଗିରି ଏହାର ନେତୃତ୍ୱ ନେଇଥିଲେ। ଅନ୍ୟତମ ଆଦିବାସୀ ନେତା ପ୍ରଦୀପ ପ୍ରଧାନ କେନ୍ଦୁଝର ଠାରେ ଆଦିବାସୀ ଜଙ୍ଗଲ ଅଞ୍ଚଳରେ ଶିଳ୍ପ ନାମରେ ପ୍ରକୃତିକୁ ଆଉ ବିକିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଜଙ୍ଗଲ ଆଭ୍ୟନ୍ତର ଅଞ୍ଚଳରେ ଆଗକୁ କିପରି ଶିଳ୍ପାୟନ ହେଉଛି ନା ଚା ବଗିଚା ହୋଇ ଲୋକଙ୍କ ପ୍ରକୃତ ଉନ୍ନତି ହେଉଛି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *