October 29, 2025
Home » ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀରେ ସତର୍କତା ସଚେତନତା ସପ୍ତାହ -୨୦୨୫ ର ଆରମ୍ଭ

ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀରେ ସତର୍କତା ସଚେତନତା ସପ୍ତାହ -୨୦୨୫ ର ଆରମ୍ଭ

0
WhatsApp Image 2025-10-28 at 5.28.09 PM (1)

 

ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଶ୍ରୀ କୌଶିକ ବସୁଙ୍କ ଦ୍ୱାରା ସତ୍ୟନିଷ୍ଠାର ପ୍ରତିଶ୍ରୁତି ସହିତ ଅକ୍ଟୋବର ୨୭, ୨୦୨୫ ରେ ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀରେ ସତର୍କତା ସଚେତନତା ସପ୍ତାହ-୨୦୨୫ ର ଆରମ୍ଭ ହୋଇଥିଲା। ସମାବେଶକୁ ସମ୍ବୋଧିତ କରି ଶ୍ରୀ ବସୁ ସମସ୍ତ କର୍ମଚାରୀଙ୍କୁ ନିଜ ଜୀବନରେ ସଚ୍ଚୋଟତା ଏବଂ ସତ୍ୟନିଷ୍ଠା ଜାଗ୍ରତ କରିବାକୁ ଅନୁରୋଧ କରିଥିଲେ। ଏକ ଫଳପ୍ରଦ କାର୍ଯ୍ୟକ୍ଷେତ୍ର ପରିବେଶ ସୃଷ୍ଟି ପାଇଁ କର୍ମଚାରୀଙ୍କ ମଧ୍ୟରେ ସ୍ୱଚ୍ଛ ପ୍ରଣାଳୀ ଏବଂ ପାରସ୍ପରିକ ବିଶ୍ୱାସ ଅତ୍ୟନ୍ତ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ସତର୍କତା ସଚେତନତା ସପ୍ତାହର ପୋଷ୍ଟର ଗୁଡିକ, ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଦ୍ୱାରା ଉନ୍ମୋଚିତ ହୋଇଥିଲା । ନିକଟବର୍ତ୍ତୀ ଗ୍ରାମ ପଞ୍ଚାୟତରେ ସତର୍କତା ଉପରେ ସଚେତନତା ସୃଷ୍ଟି କରିବା ପାଇଁ, ପାରାଦୀପ ରିଫାଇନରୀର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀ ବସୁ ଏକ ସତର୍କତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସପ୍ତାହ ବ୍ୟାପୀ ଉତ୍ସବ ସମୟରେ ‘ସତର୍କତା : ଆମର ମିଳିତ ଦାୟିତ୍ୱ’ ର ବାର୍ତ୍ତା ପ୍ରଚାର କରିବା ପାଇଁ ନୁକ୍କଡ଼ ନାଟକ, ୱାଲ୍କାଥନ୍, ବିଜନେସ୍ ଆସୋସିଏଟ୍ସ ମିଟ୍, ଚିତ୍ରକଳା ଏବଂ ସ୍ଲୋଗାନ ପ୍ରତିଯୋଗିତା, ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା କରାଯାଇଛି।

 

paradeep ru prasanta dash nka report

Leave a Reply

Your email address will not be published. Required fields are marked *