ଇଫକୋ କୋରଡେଟ୍ ପକ୍ଷରୁ ତିନି ଦିନିଆ କୃଷକ ପ୍ରଶିକ୍ଷଣ ଶିବିର
ପାରାଦୀପ, : ଇଫକୋ ପାରାଦୀପ ୟୁନିଟ ପରିସରରେ ତିନି ଦିନିଆ କୃଷକ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଅଛି ।ଗତ ସୋମବାରଠାରୁ ଇଫକୋ ପରିସରରେ ଥିବା ସ୍ୱର୍ଣ୍ଣଜୟନ୍ତୀ ସଭା ଗୃହରେ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇ ବୁଧବାର ଦିନ ଉଦଯା ପିତ ହେବ । ପଡୋଶି ରାଜ୍ୟ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୫ଜଣ ପ୍ରଗତିଶୀଳ କୃଷକ ଏଥିରେ ଅଂଶଗ୍ରହଣ କରିଛନ୍ତି । ଶିବିର ଉଦଘାଟନୀ ସମାରୋହରେ ଇଫକୋ ପାରାଦୀପ ୟୁନିଟ୍ ହେଡ୍ ଅନିରୁଦ୍ଧ ବିକ୍ରମ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜଗତସିଂହପୁର ମୂର୍ତିକା ବିଜ୍ଞାନୀ ପ୍ରଦୀପ୍ତ ମାଝୀ, ପୋର୍ଟ ଲଜିଷ୍ଟିକ ବୀର କିଶୋର ମିଶ୍ର, ଡିଜିଏମ ପିଆଣ୍ଡଏ ବିଜୟ କୁମାର ପରିଡା, କୋରଡେଟ୍ ଅଧ୍ୟକ୍ଷ କୁଳମଣି ମାଝୀ, ଇଫକୋ ପ୍ରଶାସନିକ ଅଧୁକାରୀ ଜୟନ୍ତ କୁମାର ଜେନା ଏହି ଶିବିରରେ ଯୋଗ ଦେଇଥିଲେ । ଇଫକୋର କୃଷକ ଏବଂ କୃଷି ପ୍ରତି ଇଫକୋର ପ୍ରତିବଦ୍ଧତା ଏବଂ ଆଧୁନିକ ପଦ୍ଧତି ଓ ଉନ୍ନତ କୃଷି ପ୍ରଯୁକ୍ତି ଆପଣାଇବାକୁ କୃଷକମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଶିକ୍ଷଣର ବୈଷୟିକ ଅଧିବେଶନରେ ନାନୋ ସାର, ଜଳଦ୍ରବଣୀୟ ସାର, ଜୈବ ସାର, ଜୈବ ଉତେଜକ, ମ୍ୟର୍ତିକା ସ୍ୱାସ୍ଥ୍ୟ, ବୈଜ୍ଞାନିକ କୃଷି ପଦ୍ଧତି, ଆଦି ସମ୍ପର୍କରେ ବିଶେଷଜ୍ଞମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ଏଥି ସହିତ କୃଷକମାନଙ୍କ ପାଇଁ ଇଫକୋ ସାର କାରଖାନା ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା ।
prasanta dash nka report
