ଇଫକୋ ଦ୍ୱାରା ସାର ବ୍ୟବସାୟୀ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l

ସୁବର୍ଣ୍ଣପୁର: ଇଫକୋ ର ବୌଦ୍ଧ୍ ଜିଲ୍ଲା କାର୍ଯ୍ୟାଳୟ ତରଫରୁ ସାର ବ୍ୟବସାୟୀ ଓ ବିତରକମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ସାର ବ୍ୟବସାୟୀ ଅଂଶଗ୍ରହଣ କରି ନୂତନ ନାନୋ ସାର ଓ ଜୈବିକ ସାର ବ୍ୟବହାର ବିଷୟରେ ଜ୍ଞାନ ଅର୍ଜନ କରିଥିଲେ।
ଏଥିରେ ଇଫକୋର କ୍ଷେତ୍ର ଅଧିକାରୀ ଶ୍ରୀ ରତିକାନ୍ତ ନାଏକ ପ୍ରଶିକ୍ଷକ ଭାବରେ ଅଂଶଗ୍ରହଣ କରି ଉପସ୍ଥିତ ବ୍ୟବସାୟୀଙ୍କୁ କହିଥିଲେ ଯେ ଇଫକୋ ତିଆରି କରୁଥିବା ନାନୋ ୟୁରିଆ ଓ ଜୈବିକ ସାର ବିଭିନ୍ନ ପ୍ରକାର ଫସଲ ପାଇଁ ଉପଯୋଗୀ ଓ ଏହା ମାଟିର ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଅନୁକୂଳ।
ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ (OAIC) ପକ୍ଷରୁ ଶ୍ରୀ ତପସ କୁମାର ପ୍ରଧାନ କହିଥିଲେ ଯେ, ଆସନ୍ତା ଖରିଫ୍ ଋତୁ ପାଇଁ ବୌଦ୍ଧ୍ ଜିଲ୍ଲାରେ ସାର ଷ୍ଟକ୍ ଉପଲବ୍ଧ ରଖିବା ପାଇଁ ବ୍ୟବସାୟୀମାନଙ୍କୁ ଅନୁରୋଧ କଲେ ଏବଂ ଫସଲ ଋତୁ ପୂର୍ବରୁ ଚାଷୀଙ୍କ ଚାହିଦା ଅନୁଯାୟୀ ସାର ରଖିବା ପାଇଁ ପରାମର୍ଶ ଦେଲେ।ଏହି ଶିବିରରେ ଅଂଶଗ୍ରହଣକାରୀ ମଧ୍ୟରୁ ସିତାକାନ୍ତ ସାହୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ମତାମତରେ କହିଥିଲେ ଯେ, ଚାଷୀମାନଙ୍କୁ ମାଟି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଇଫକୋ ମାଗଣା ସେବା ଦେଉ ଓ ଗ୍ରାମାଞ୍ଚଳ ରେ ନାନୋ ସାର ଉପରେ ଜାଗରୁକତା କାର୍ଯ୍ୟକ୍ରମ ଚାଲିଥିବା ଦରକାର। ସେ ଡ୍ରୋନ୍ ମାଧ୍ୟମରେ ନାନୋ ସାର ର ଫିଲ୍ଡ ଡେମୋନ୍ସ୍ଟ୍ରେସନ୍ କରିବା ତଥା ମାଟିର ଅବସ୍ଥା ଅନୁଯାୟୀ ଚାଷୀଙ୍କୁ ମାଗଣା ମାଟି ପରୀକ୍ଷା କାର୍ଯ୍ୟକ୍ରମ ଦିଆଯିବା ଦରକାର ବୋଲି ପ୍ରସ୍ତାବ ରଖିଥିଲେ, ଯାହାକୁ ଇଫକୋ ପକ୍ଷରୁ ସକାରାତ୍ମକ ଭାବରେ ଗ୍ରହଣ କରାଯାଇଛି। ଏହି ମତାମତଗୁଡ଼ିକୁ ଗୁରୁତ୍ୱ ଦେଇ ଏହାକୁ ରୂପାୟଣ କରିବାର ଆଶ୍ୱାସନ ଦେଇଛନ୍ତି।
ଶେଷରେ ବ୍ରଜେଶ ସ୍ୱାଇଁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର