February 18, 2026
Home » ଇଫ୍‌କୋ ପାରାଦ୍ୱୀପ ୟୁନିଟ ତରଫରୁ ଏସ ସି ବି ମେଡିକାଲକୁ ଷ୍ଟିଲ ଚେୟାର ପ୍ରଦାନ

ଇଫ୍‌କୋ ପାରାଦ୍ୱୀପ ୟୁନିଟ ତରଫରୁ ଏସ ସି ବି ମେଡିକାଲକୁ ଷ୍ଟିଲ ଚେୟାର ପ୍ରଦାନ

0
WhatsApp Image 2026-02-18 at 2.50.53 PM

ପାରାଦୀପ,  : ଇଫ୍‌କୋ ପାରାଦ୍ୱୀପ ୟୁନିଟ ତରଫରୁ ଏସ ସି ବି ମେଡିକାଲ କଲେଜ ଓ ହସ୍ପିଟାଲ ର ମେଡ଼ିସିନ ବିଭାଗକୁ ୫୦ଗୋଟି ତିନି ଜଣିଆ ଷ୍ଟିଲ ଚେୟାର ପ୍ରଦାନ କରାଯାଇଅଛି । ଏସ. ସି. ବି ମେଡିକାଲ ନିଉ ମେଡ଼ିସିନ ବିଭାଗ ପରିସରରେ ପ୍ରଫେସର ଡା ଜୟନ୍ତ କୁମାର ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏସ. ସି. ବି ମେଡିକାଲ କଲେଜ ଓ ହସ୍ପିଟାଲ ର ଅଧକ୍ଷା ପ୍ରଫେସର ଡା ଲୁସି ଦାସ, ମେଡିକାଲ ଅଧିକ୍ଷକ ଡ଼ା ଗୌତ୍ତମ କୁମାର ଶତପଥୀ, ଅତିରିକ୍ତ ଅଧିକ୍ଷକ ଜୋତ୍ରୀମୟ ନାୟକ, ମେଡ଼ିସିନ ବିଭାଗ ମୁଖ୍ୟ ଡ଼ା ସରୋଜ କୁମାର ତ୍ରିପାଠୀ,ଇଫ୍‌କୋ ପାରାଦ୍ୱୀପର ଲୋକ ସମ୍ପର୍କ ଅଧିକାରୀ ଡ଼ଃ ପ୍ରସନ୍ନ କୁମାର ବେଉ ରା ପ୍ରମୁଖ ଉପସ୍ଥିତ ରହି ମେଡ଼ିସିନ ବିଭାଗର ୭ଟି ୟୁନିଟ, ମେଡ଼ିସିନ ବହିର୍ବିଭାଗ, ମେଡ଼ିସିନ ଆଇ. ସି. ୟୁ, ଆଶୁ ଚିକିତ୍ସା ବିଭାଗ, ମେଡ଼ିସିନ କ୍ୟାବିନ୍‌ ସହିତ ରକ୍ତ କେନ୍ଦ୍ର ଓ ଅନ୍ୟ ଆବଶ୍ୟକ ସ୍ଥାନକୁ ପ୍ରଦାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏସ. ସି. ବି ମେଡିକାଲ ଅଧକ୍ଷା ଡ଼ା ଲୁସି ଦାସ କହିଥିଲେ ଇଫ୍‌କୋର ଏହି ଚେୟାରଗୁଡ଼ିକ ମେଡିସିନ୍ ବିଲ୍ଡିଂରେ ରୋଗୀ ଓ ମେଡିସିନ୍ ବିଭାଗର ସୁବିଧା ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିବା ସହ ଇଫ୍‌କୋ ର ବ୍ୟାପକ ସାମାଜିକ ଅବଦାନକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।ମେଡିକାଲ ଅଧିକ୍ଷକ ଡ଼ା ଗୌତମ ଶତପଥୀ ଇଫ୍‌କୋର ସମୟୋପଯୋଗୀ ସହଯୋଗକୁ ପ୍ରଶଂସା କରିବା ସହ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ କେ.ଜେ. ପଟେଲ୍ ଓ ୟୁନିଟ୍ ହେଡ୍ ଶ୍ରୀ ପି.କେ. ମହାପାତ୍ରଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ।  କାର୍ଯ୍ୟକ୍ରମ କୁ ବିଶ୍ୱରଂଜନ ସାହୁ, ପ୍ରଭାତ କୁମାର ବେହେରା, ଦିବ୍ୟ ରଞ୍ଜନ ପରିଡା, ମାନସ ରଞ୍ଜନ ନାୟକ, ବିଭୁଦତ୍ତ ନାୟକ ଙ୍କ ସହିତ ନର୍ସିଂ ଅଫିସର ମାନେ ପରିଚାଳନା କରିଥିଲେ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *